fbpx
BSKY
BJD MC SKY
BJD YOUTH SKY

ଭୁଷୁଡିଲା ନିର୍ମାଣଧୀନ ଅଟ୍ଟାଳିକା: ମାଟି ତଳେ ଚାପି ହୋଇ ରହିଛନ୍ତି ୩୨ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଅଘଟଣ । ଭୁଷୁଡି ପଡିଲା ନିର୍ମାଣଧୀନ କୋଠା । ଏକ ନିର୍ମାଣଧୀନ କୋଠା ଭୁଷୁଡି ପଡିଥିବା ବେଳେ ଫସି ରହିଛନ୍ତି ୩୨ ଜଣ ଶ୍ରମିକ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ସୃଷ୍ଟି ହୋଇଛି । ଭଗ୍ନାବଶେଷ ତଳେ ୩୨ ଜଣ ଶ୍ରମିକ ଚାପି ହୋଇ ରହିଥିବା ବେଳେ ପୁଲିସ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସ୍ଥାନୀୟ ଜନ ସାଧାରଣ ଏବଂ ପୋଲିସ ମିଳିତ ସହଯୋଗରେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଶ୍ରମିକଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହା ସହିତ ୩୨ରୁ ଅଧିକ ଶ୍ରମିକ ମାଟି ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.