fbpx

ଏବେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ସବୁ ଟ୍ରେନ୍ ଫୁଲ୍ , ଦିୱାଲି ଓ ଛଟପୂଜାରେ ଘରକୁ ଯିବାକୁ ଚାହୁଁଥିଲେ କିପରି କରିବେ ଟିକେଟ ଯୋଗାଡ ଜାଣି ନିଅନ୍ତୁ

Advertisement

ନୂଆଦିଲ୍ଲୀ: ଯଦି ଆପଣ ଦିୱାଲି ଓ ଛଟ ପୂଜା ଲାଗି ଘରକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବହୁତ ଜରୁରୀ । କାରଣ ଭାରତରେ ବହୁ ଲୋକ ଟ୍ରେନରେ ହିଁ ଯାତ୍ରା କରିଥାନ୍ତି । ଏପରି ସ୍ଥିତିରେ ପର୍ବ ପର୍ବାଣୀ ସମୟରେ ଟ୍ରେନରେ ବହୁତ ଭିଡ ରହିଥାଏ ଓ ଟିକେଟ ମିଳିବା ମୁସ୍କିଲ ହୋଇଯାଏ ।

ଘର ଠାରୁ ଦୂରରେ ରହୁଥିବା ଲୋକମାନେ ଘରକୁ ଯିବା ଲାଗି ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି । ଲୋକମାନେ ୪/୫ ମାସ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ଓ ଏଥିଲାଗି ଟ୍ରେନରେ ଟିକେଟ୍ ବୁକ୍ କରାଇ ନେଇଥାନ୍ତି । ଏଠାରେ ଆପଣଙ୍କୁ ସୂଚାଇ ଦେଉଛୁ କି ଦିୱାଲି ଓ ଛଟ ଲାଗି ଏବେ ଟ୍ରେନରେ ବହୁ ଦ୍ରୁତ ଗତିରେ ଟିକେଟ୍ ବୁକ୍ ହେଉଛି । ତେଣୁ ଏହି ସମୟରେ ଆପଣଙ୍କୁ ଟ୍ରେନ ଟିକେଟ ମିଳିବା ସମସ୍ୟା ହୋଇପାରେ ।
ଯଦି ଆପଣ ରାଜଧାନୀ ଦିଲ୍ଲୀରୁ ଉତ୍ତରପ୍ରଦେଶ କିମ୍ବା ବିହାର ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟିକେଟ ମିଳିବାରେ ସମସ୍ୟା ହେବ । ଏବେ ଜୁଲାଇ ମାସ ଚାଲୁଛି । କିନ୍ତୁ ନଭେମ୍ବର ଲାଗି ବୁକିଂ ଫୁଲ ହୋଇଯାଇଛି । ନୂଆଦିଲ୍ଲୀରୁ ପାଟନା ରୁଟ୍ ରେ ଚାଲୁଥିବା ସମସ୍ତ ଟ୍ରେନରେ ଟିକେଟ୍ ବୁକିଂ ହୋଇସାରିଛି ।

ଅନ୍ୟପକ୍ଷରେ ଫ୍ଲାଇଟରେ ଘରକୁ ଯିବା ଆପଣଙ୍କ ଲାଗି ମହଙ୍ଗା ପଡିପାରେ । ଦିଲ୍ଲୀରୁ ପାଟନା ଯାଉଥିବା ଫ୍ଲାଇଟରେ ଗୋଟିଏ ଟିକେଟର ମୂଲ୍ୟ ୮,୯୫୮ ଟଙ୍କା ରହିଛି । ଚଳିତ ବର୍ଷ ୧୨ ନଭେମ୍ବରରେ ଦିୱାଲି ଓ ୧୭ ନଭେମ୍ବରରେ ଛଟ ପୂଜା ପଡୁଛି । ଯଦି ଆପଣ ଏହି ପର୍ବରେ ଘରକୁ ଯିବାକୁ ଚାହୁଁଛନ୍ତି ଓ ଟିକେଟ୍ ବୁକ୍ କରିନାହାନ୍ତି ତେବେ ଆପଣଙ୍କ ପାଖରେ ତକ୍ରାଳ ଟିକେଟ ବୁକିଂ ବ୍ୟତିତ ଅନ୍ୟ କିଛି ବିକଳ୍ପ ନାହିଁ । ଅନ୍ୟପକ୍ଷରେ ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଲୱେ ପକ୍ଷରୁ ଫେଷ୍ଟିଭାଲ ଅବସରରେ ସ୍ପେଶାଲ ଟ୍ରେନ ଚଳାଚଳ କରିଥାଏ । ଏପରି ସ୍ଥିତିରେ ଆପଣ ଏହି ସ୍ପେଶାଲ ଟ୍ରେନରେ ଯାତ୍ରା କରି ଘରେ ପହଞ୍ଚିପାରିବେ ।

 

Get real time updates directly on you device, subscribe now.