fbpx

ଫୋନରେ କେବଳ ଇଣ୍ଟରଭ୍ୟୁ ଦେଇ ପାଆନ୍ତୁ ରେଲୱେରେ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ୍

ଲକଡାଉନରେ ଅଲଗା-ଅଲଗା ଜୋନ୍ ପାଇଁ ନିଯୁକ୍ତି ଦେଉଛି ଭାରତୀୟ ରେଳ ବିଭାଗ । କିଛି ଦିନ ପୂର୍ବରୁ ପୂର୍ବ ତଟ ରେଳବାଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏବେ ପଶ୍ଚିମ ରେଳବାଇ ପାଇଁ ନିଯୁକ୍ତି ବାହାରିଛି । ଏଥିପାଇଁ ବିଜ୍ଞପ୍ତି ବାହାରିବା ସହ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ତେବେ ପଶ୍ଚିମ ରେଳବାଇରେ ୧୦ ପାସରୁ ନେଇ ବିଏସସି ଓ ଏମବିବିଏସ କରିଥିବା ପ୍ରାର୍ଥୀଙ୍କ ପାଇଁ ପଦବୀ ବାହାରିଛି ।

ପଦବୀ ଓ ଦରମା :-
ହାଉସ କିପିଂ ସହାୟକ – ୯୦ ପୋଷ୍ଟ , ମାସକୁ ୧୮ ହଜାର ଟଙ୍କା
ହସ୍ପିଟାଲ୍ ଆଟେଣ୍ଡାଣ୍ଟସ୍ – ୬୫ ଟି ପୋଷ୍ଟ, ମାସକୁ ୧୮ ହଜାର ଟଙ୍କା
ବୃକକ୍ ପ୍ରତିସ୍ଥାପନ / ହେମୋଡାୟଲିସିସ୍ ଟେକ୍ନିସିଆନ୍ – ୦୨ ଟି ପୋଷ୍ଟ, ମାସକୁ ୩୫,୪୦୦ ଟଙ୍କା
ବିଶେଷଜ୍ଞ ଗିନି / ଇଣ୍ଟେନସିଭିଷ୍ଟ / ଚିକିତ୍ସକ / ଆନାସ୍ଥେସିଷ୍ଟ / ରେଡିଓଲୋଜିଷ୍ଟ୍ – ୧୧ ଟି ପୋଷ୍ଟ , ମାସକୁ ୯୫ ହଜାର ଟଙ୍କା
CMP-GDMO – ୦୯ ପୋଷ୍ଟଗୁଡିକ, ମାସକୁ ୭୫ ହଜାର ଟଙ୍କା
ମୋଟ ପୋଷ୍ଟ ସଂଖ୍ୟା – ୧୭୭ ପୋଷ୍ଟ

ଏହି ପଦବୀ ପାଇଁ ଆଜିଠାରୁ ଅର୍ଥାତ୍ ମେ ୧୮ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ୨୪ ମେ ୨୦୨୦ ରହିଛି । ଟେଲିଫୋନିକ ଇଣ୍ଟରଭ୍ୟୁ ପାଇଁ ୨୬ ମେ ଧାର୍ଯ୍ୟ କରାଯାଇଛି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ନିଶୁଳ୍କ ରହିଛି । ଏଥିରେ କୌଣସି ବର୍ଗର ପ୍ରାର୍ଥୀ ଆବେଦନ କରିପାରିବେ । ଅଲଗା ଅଲଗା ପୋଷ୍ଟ ପାଇଁ ଅଲଗା ଯୋଗ୍ୟତା ରହିଛି । ଏଥିପାଇଁ ବୟସ ସୀମା ୧୮ରୁ ସର୍ବାଧିକ ୩୩ ଓ ୫୩ ରହିଛି । ଅନ୍ୟାନ୍ୟ ଖବର ପାଇଁ railway-vacancy ଅଥବା https://wr.indianrailways.gov.in/ ୱେବସାଇଟ୍ ଫଲୋ କରନ୍ତୁ ।

Get real time updates directly on you device, subscribe now.