fbpx

ଖୁସିଖବର: ମଣିଷ ଉପରେ ସଫଳ ହେଲା କରୋନା ଟୀକା

କରୋନା ଭାଇରସ୍ ସହ ସାରା ବିଶ୍ୱ ଲଢୁଥିବା ବେଳେ ଆସିଛି ଏକ ଖୁସିଖବର । ମଣିଷ ଉପରେ କରୋନା ଟୀକାର ପ୍ରୟୋଗ ସଫଳ ହୋଇଛି । ଆମେରିକାର ଔଷଧ ନିର୍ମାତା କମ୍ପାନୀ ମାଡର୍ଣ୍ଣା ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଆଶା କରାଯାଉଛି ଯେ, ଖୁବଶୀଘ୍ର ଏହାର ଔଷଧ ବଜାରକୁ ଆସିବ । ପ୍ରଥମେ ୪୫ ଲୋକଙ୍କ ଉପରେ କରୋନା ଟୀକା କ୍ଲିନିକାଲ ପ୍ରୟୋଗ ବା ମାନବ ପରୀକ୍ଷା କରିଛି, ଯାହାକି ସଫଳ ହୋଇଛି । ଯେଉଁମାନଙ୍କ ଶରୀରରେ ଏହାର ପ୍ରୟୋଗ ହୋଇଛି, ସେମାନଙ୍କ ଶରୀରରେ ଆଣ୍ଟିବଡି ବଢିଯାଇଛି । ଏହି ଆଣ୍ଟିବଡି କରୋନା ସହ ମୁକାବିଲା କରିବାକୁ ସକ୍ଷମ ବୋଲି ପ୍ରମାଣିତ ହୋଇଛି ।

କିନ୍ତୁ ବଜାରରେ ଏବେ ଟୀକା ଉପଲବ୍ଧ ହେବ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଟେଷ୍ଟିଂ ଆରମ୍ଭ ହେବ, ଯାହାକି ୬୦୦ ଲୋକଙ୍କୁ ଦିଆଯିବ । ଏହା ସହ ଜୁଲାଇ ମାସରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ । ୩ଟି ଯାକ ଟ୍ରାଏଲ ସଫଳ ହେଲେ କରୋନା ଟୀକା ବଜାରକୁ ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ତଥାପି ଚଳିତ ବର୍ଷ ଶେଷ ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଟୀକା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.