fbpx

ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ: ଯୋଗାଯୋଗ କରନ୍ତୁ ହେଲ୍ପଲାଇନ ନମ୍ବର ୧୩୯

ଭୁବନେଶ୍ୱର: ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ରେଳବାଇ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ମୃତାହତଙ୍କ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଲାଗି ଚେଷ୍ଟା କରାଯାଉଛି । ଏହି ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁ ଓ ଶୁଭଚିନ୍ତକମାନେ ନିମ୍ନରେ ଦିଆଯାଇଥିବା ଲିଙ୍କକୁ ଯାଇ ମୃତକ ଓ ଆହତ ଯାତ୍ରୀଙ୍କ ଫଟୋ ଦେଖିପାରିବେ । ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସମ୍ପର୍କରେ ଜାଣିପାରିବେ ଏବଂ ନିମ୍ନ ବିବରଣୀକୁ ଉପଯୋଗ କରି ଅପରିଚିତ ମୃତଦେହକୁ ଚିହ୍ନଟ କରିପାରିବେ ।

ଦୁଃଖଦାୟକ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଫଟୋର ଲିଙ୍କ ହେଉଛି :

https://srcodisha.nic.in/Photos%20Of%20Deceased%20with%20Disclaimer.pdf

ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ତାଲିକା:

https://www.bmc.gov.in/train-accident/download/Lists-of-Passengers-Undergoing-Treatment-in-Different-Hospitals_040620230830.pdf

କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅପରିଚିତ ବ୍ୟକ୍ତିଙ୍କ ଲିଙ୍କ୍‌:

https://www.bmc.gov.in/train-accident/download/Un-identified-person-under-treatment-at-SCB-Cuttack.pdf

ଏହି ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗ/ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବା ଲାଗି ରେଳବାଇର ହେଲ୍ପଲାଇନ ନମ୍ବର ୧୩୯ ଦିନରାତି କାମ କରୁଛି। ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ୧୩୯ ନମ୍ବର ଜରିଆରେ ସୂଚନା ଯୋଗାଇ ଦେଉଛନ୍ତି । ଆହୁରି ବିଏମସିର ହେଲ୍ପଲାଇନ ନମ୍ବର 18003450061/1929 24 ଘଣ୍ଟିଆ ଭିତ୍ତିରେ କାର୍ଯ୍ୟ କରୁଛି । ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତଙ୍କ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ଯେଉଁଠି ଯୋଗାଯୋଗ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକତା ଅନୁଯାୟୀ,ଡାକ୍ତରଖାନା କିମ୍ବା ଶବାଗାରକୁ ପଠାଇବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ପାଇଁ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି ।

Get real time updates directly on you device, subscribe now.