fbpx
BSKY
BJD SHG SKY
BJD MC SKY

ରାତିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର! ରେଲୱେ ଆରମ୍ଭ କଲା ଏହି ଖାସ୍ ସୁବିଧା

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ରାତିରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର। ରେଲୱେ ପକ୍ଷରୁ ଯାତ୍ରୀଙ୍କ ସୁବିଧାଗୁଡ଼ିକରେ ଅନେକ  ସୁଧାର କରାଯାଉଛି । ଏହା ଅଧୀନରେ ଦେଶର ସମସ୍ତ ଷ୍ଟେସନରେ ୱାଇ-ଫାଇ, ଏସ୍କାଲେଟର ସମେତ ଅନେକ ସୁବିଧା ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଲଗାତାର ଭାବରେ ଏହାର ସେବାଗୁଡ଼ିକରେ ସୁଧାର କରୁଛି ।

ତେବେ ରାତିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ରେଲୱେ ଉତ୍କୃଷ୍ଟ ସେବା ଆରମ୍ଭ କରିଛି । ଏହି ସୁବିଧା ଆରମ୍ଭ ହେବା ପରେ, ଆପଣ ଟ୍ରେନରେ ଶାନ୍ତିରେ ଶୋଇ ପାରିବେ । ଶୋଇବା ସମୟରେ ଯେଉଁ ଷ୍ଟେସନରେ ଆପଣ ଓହ୍ଲାଇବେ, ସେଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବନାହିଁ । ରେଲୱେ ଦ୍ୱାରା ଆରମ୍ଭ ହୋଇଥିବା ଏହି ସୁବିଧା ଦ୍ୱାରା ଷ୍ଟେସନ ଆସିବାର ୨୦ ମିନିଟ୍ ପୂର୍ବରୁ ଆପଣଙ୍କୁ ୱେକଅପ୍ କରିବାର ଆଲାର୍ମ ବାଜିବ ।

ରେଲୱେ ଦ୍ୱାରା ଆରମ୍ଭ ହୋଇଥିବା ଏହି ଖାସ୍ ସେବାର ନାମ ହେଉଛି ‘ଡେଷ୍ଟିନେସନ୍ ଆଲର୍ଟ ୱେକଅପ୍ ଆଲାର୍ମ’ । ତେବେ ଅନେକ ଥର ରେଳ ବୋର୍ଡକୁ ଟ୍ରେନରେ ଶୋଇଥିବା ଲୋକଙ୍କ ବିଷୟରେ ସୂଚନା ମିଳିଛି । ଏହି କାରଣରୁ ସେମାନେ ଷ୍ଟେସନ ମିସ୍ କରୁଥିଲେ । ବର୍ତ୍ତମାନ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରେଳବାଇ ଏହି ସୁବିଧା ଆରମ୍ଭ କରିଛି । ଅନୁସନ୍ଧାନ ସେବା ନମ୍ବର ୧୩୯ ରେ ରେଲୱେ ଏହି ସେବା ଆରମ୍ଭ କରିଛି ।

ଏହି ସେବା ଅଧୀନରେ ଯାତ୍ରା କରୁଥିବା ଯାତ୍ରୀମାନେ ୧୩୯ ନମ୍ବର ଅନୁସନ୍ଧାନ ସିଷ୍ଟମରେ ଆଲର୍ଟ ସୁବିଧା ମାଗିପାରିବେ । ରାତି ୧୧ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଉପଲବ୍ଧ ଏହି ସୁବିଧାର ଯେକେହି ଲାଭ ଉଠାଇ ପାରିବେ । ଷ୍ଟେସନ ଆସିବାର ୨୦ ମିନିଟ୍ ପୂର୍ବରୁ ଏହି ସେବା ଆପଣଙ୍କୁ ଉଠାଇ ଦେବ । ଏଥିପାଇଁ ଆପଣଙ୍କୁ ମାତ୍ର ୩ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.