fbpx
BJD SKY
BJD SKY

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲା ଭାରତୀୟ ରିଲେ ଟିମ୍

BJD

ନୂଆଦିଲ୍ଲୀ: ହଙ୍ଗେରୀର ବୁଦାପେଷ୍ଟ ଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ଇତିହାସ ରଚିଛି । ଭାରତୀୟ ରିଲେ ଟିମ୍ ଫାଇନାଲରେ ପ୍ରବେଶ କରି ଏକ ରେକର୍ଡ ସୃଷ୍ଟି କରିଛି । ଭାରତୀୟ ଦଳ ୨ ମିନିଟ ୫୯.୦୫ ସେକେଣ୍ଡରେ ଏହି ଦୌଡ଼କୁ ଶେଷ କରି ପ୍ରଥମ ଭାରତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । କେବଳ ଆମେରିକା ଭାରତଠାରୁ ଆଗରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନ ହାସଲ କରିଛି ।

ଭାରତ ୪. ୪୦୦ ରିଲେ ଫାଇନାଲରେ ପହଞ୍ଚିଛି । ଭାରତୀୟ ଦଳରେ ରାଜେଶ ରମେଶ, ମହମ୍ମଦ ଅଜମଲ ଭାରିୟାଥୋଡି, ଆମୋଜ ଜାକବ ଓ ମହମ୍ମଦ ଅନାସ ୟାହିୟା ସାମିଲ ରହିଥିଲେ । ଏହି ବିଜୟ ଫଳରେ ଭାରତ ଏସିଆନ ରେକର୍ଡ ଭାଙ୍ଗି ପାରିଛି । ୨ ମିନିଟ ୫୯.୦୫ ସେକେଣ୍ଡରେ ଦୌଡ଼ ଶେଷ କରି ଭାରତ ବିଶ୍ୱ ଚାମ୍ପିୟନଶିପର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି ।

ଏହା ପୂର୍ବରୁ କୌଣସି ଏସୀୟ ଟିମର ଦ୍ରୁତତମ ରିଲେ ରେକର୍ଡ ଜାପାନ ନାମରେ ରହିଥିଲେ । ଜାପାନ ଟିମ୍ ଦୌଡ଼କୁ ୨ ମିନିଟ ୫୯.୫୧ ସେକେଣ୍ଡରେ ଶେଷ କରିଥିଲା । ପ୍ରଥମ ସ୍ଥାନରେ ରହିଥିବା ଆମେରିକା ଏହି ଦୌଡ଼କୁ ୨ ମିନିଟ ୫୮.୦୭ ସେକେଣ୍ଡରେ ଶେଷ କରିଥିଲା । ଆଜି ମଧ୍ୟ ରାତ୍ରିରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲର ଲାଇଭ୍ ଷ୍ଟ୍ରିମିଂକୁ ଦର୍ଶକମାନେ ଜିଓ ସିନେମାରେ ଦେଖିପାରିବେ । ସ୍ପୋର୍ଟ୍ସ୧୮ ଟିମ୍ ଇଣ୍ଡିଆର ପୁରୁଷ ରିଲେ ଟିମର ଭାଇନାଲ ଇଭେଣ୍ଟକୁ ପ୍ରସାରଣ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.