fbpx
BJD SKY
BJD SKY

ବିଶ୍ୱକପ୍ ଓପନିଂ ମ୍ୟାଚ ପୁର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ! ସାକ୍ଷି ରହିବେ ୧ ଲକ୍ଷରୁ ଉର୍ଦ୍ଧ ଦର୍ଶକ

BJD

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ଦିନିକିଆ ବିଶ୍ୱକପ୍ ୨୦୨୩ ଆୟୋଜନ କରୁଛି । ଏହି ଟୁର୍ଣ୍ଣାମେଣ୍ଟ ୫ ଅକ୍ଟୋବରକୁ ଆରମ୍ଭ ହେବ । ଏହା ପୁର୍ବରୁ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମକୁ ଖୁବ୍ ଖାସ୍ କରିବା ପାଇଁ ଆଇସିସି ଏବଂ ବିସିସିଆଇ କିଛି ବଡ଼ ଯୋଜନା କରିଛନ୍ତି । ଏଥିପାଇଁ ଆଇସିସି ଏବେ ଉଦଘାଟନୀ କାର୍ଯ୍ୟକ୍ରମକୁନେଇ ପ୍ରସ୍ତୁତି ଆରମ୍ଭ କରିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ଅକ୍ଟୋବର ୪ ତାରିଖରେ ଏହା ଅନୁଷ୍ଠିତ ହେବ ।

ଆଇସିସି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପୁର୍ବରୁ ସମସ୍ତ ଟିମ୍‌ର ଅଧିନାୟକ ମାନଙ୍କୁ ନେଇ ଏକ ଫଟୋସୁଟ୍ କରିଥାଏ ଏବଂ ରଙ୍ଗାରଙ୍ଗୀ ଉଦଘାଟନୀ କାର୍ଯ୍ୟକ୍ରମ ହୋଇଥାଏ । ତେବେ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଥର ଓପନିଂ ସେରିମନି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବ, ଯେଉଁଠାରେ ସମସ୍ତ ଟିମ୍ ଏବଂ ପ୍ରଶଂସକଙ୍କ ମେଳା ଜମିବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଦେଖିବାକୁ ମିଳିବ ।

ତେବେ ଚଳିତ ବର୍ଷ ବିଶ୍ୱକପ୍ ୫ ଅକ୍ଟୋବରକୁ ଆରମ୍ଭହେବ । ପ୍ରଥମ ମୁକାବିଲା ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଇଂଲଣ୍ଡ ଗତ ବିଶ୍ୱକପ୍ ବିଜୟୀ ହୋଇଥିବା ବେଳେ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ।

Get real time updates directly on you device, subscribe now.