fbpx
BJD SKY
BJD SKY

ଡେଙ୍ଗୁ ହେଲେ ରକ୍ତରେ ପ୍ଲେଟଲେଟ୍ ହ୍ରାସ ପାଏ, ଜାଣନ୍ତୁ ଏହାର ଅଭାବକୁ କିପରି ପୂରଣ କରିବେ

BJD

ବର୍ଷା ଯୋଗୁଁ ମଶାଙ୍କ ଆତଙ୍କ ବୃଦ୍ଧି ପାଇଛି । ଡେଙ୍ଗୁ ହେଲେ ରକ୍ତରେ ପ୍ଲେଟଲେଟ୍ ହ୍ରାସ ପାଏ, ଯାହା ଫଳରେ ଜଣେ ରୋଗୀ ଦୁର୍ବଳ ହୋଇଯାଆନ୍ତି। ବେଳେ ବେଳେ ଜୀବନ ମଧ୍ୟ ଚାଲିଯାଏ। ତେବେ କାହିଁକି ଡେଙ୍ଗୁ ହେଲେ ପ୍ଲେଟଲେଟ୍ ହ୍ରାସ ପାଏ, ପ୍ଲେଟଲେଟ୍ କ’ଣ ଏବଂ କିପରି ଏହାର ଅଭାବକୁ ପୂରଣ କରିବେ, ଜାଣନ୍ତୁ…

ପ୍ଲେଟଲେଟ୍ କ’ଣ?
ପ୍ଲେଟଲେଟ୍ ବା ଥ୍ରୋମ୍ବୋସାଇଟ୍, ଆମ ରକ୍ତରେ କ୍ଷୁଦ୍ର, ରଙ୍ଗହୀନ କୋଷ ଖଣ୍ଡ, ଯାହା ଜମାଟ ବାନ୍ଧି ରକ୍ତସ୍ରାବକୁ ରୋକିଥାଏ। ଆମ ଅସ୍ଥି ମଜ୍ଜାରେ ପ୍ଲେଟଲେଟ୍ ତିଆରି ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରର ପ୍ଲେଟଲେଟ୍ କାଉଣ୍ଟ ୧,୫୦,୦୦୦ରୁ ୪,୫୦,୦୦୦ ପ୍ଲେଟଲେଟ୍/ମାଇକ୍ରୋଲାଇଟ ରହିଥାଏ। ୪,୫୦,୦୦୦ରୁ ଅଧିକ ପ୍ଲେଟଲେଟ୍ ହେଲେ ଥ୍ରୋମ୍ବୋସାଇଟୋସିସ୍ ଏବଂ ୧,୫୦,୦୦୦ରୁ କମ୍ ପ୍ଲେଟଲେଟ୍ ହେଲେ ଥ୍ରୋମ୍ବୋସାଇଟୋପେନିଆ କୁହାଯାଏ। ଡେଙ୍ଗୁ ରୋଗ ହେଲେ ରକ୍ତରେ ପ୍ଲେଟଲେଟ୍ କମିଯାଏ।

କାହିଁକି ଡେଙ୍ଗୁ ରୋଗୀଙ୍କର ହ୍ରାସ ପାଏ ପ୍ଲେଟଲେଟ୍?
ଡେଙ୍ଗୁରେ କମ୍ ପ୍ଲେଟଲେଟ୍ ପାଇଁ ମୁଖ୍ୟତଃ ତିନିଟି କାରଣ ଦାୟୀ ହୋଇପାରେ…

ମୌସୁମୀ ସମୟରେ ସଂକ୍ରାମକ ରୋଗ କିମ୍ୱା ଜ୍ୱରର ମୁକାବିଲା ପାଇଁ ପ୍ଲେଟଲେଟ୍ ବୃଦ୍ଧି କରିବାକୁ ଡାକ୍ତରମାନେ ସର୍ବଦା ପରାମର୍ଶ ଦିଅନ୍ତି। କିପରି ରକ୍ତରେ ପ୍ଲେଟଲେଟ୍ ବୃଦ୍ଧି କରିବେ, ଜାଣନ୍ତୁ…

ଡେଙ୍ଗୁ ସମୟରେ ପ୍ଲେଟଲେଟ୍ କମିବାର ଅବସ୍ଥା ଗମ୍ଭୀର ରୋଗର ଲକ୍ଷଣ। ତେଣୁ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ। ପ୍ଲେଟଲେଟ୍ ବୃଦ୍ଧି ପାଇଁ ମେଡିସିନ୍ ଦିଅନ୍ତି ଡାକ୍ତର। ଏହା ବ୍ୟତୀତ ଓମେଗା-୩, ଭିଟାମିନ୍, ଆଇରନ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥରେ ଭରପୂର ଖାଦ୍ୟ ଗ୍ରହଣ କରିବା ଉଚିତ୍। ଡେଙ୍ଗୁ ରୋଗୀ ଅଧିକରୁ ଅଧିକ ତରଳ ପଦାର୍ଥ, ଫଳ ରସ, ପଇଡ଼ ପିଇବା ଉଚିତ୍।

Get real time updates directly on you device, subscribe now.