fbpx

ଡଲାରକୁ ଟକ୍କର ଦେବାକୁ ଭାରତ ପ୍ରସ୍ତୁତ! ବିଶ୍ୱର ୬୪ଟି ଦେଶ ସହିତ ହେବ ରୁପିରେ କାରବାର

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମୟରେ ବିଶ୍ୱର ଜଣେ ଆଗଧାଡ଼ିର ନେତା । କୋଭିଡ ଟିକାକରଣ, ଋଷ-ୟୁକ୍ରେନ ଯୁଦ୍ଧ, ଆତଙ୍କବାଦର ବିଲୋପ, ଶାନ୍ତି ପ୍ରତିଷ୍ଠା ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦୀ ଭାରତର ନେତୃତ୍ୱ ନେଇଛନ୍ତି । ଏକାଧିକ ବାର ମୋଦୀ ଆମେରିକା, ଚୀନ, ଋଷ, ବ୍ରିଟେନ ପରି ବହୁ ଶକ୍ତିଶାଳୀ ରାଷ୍ଟ୍ରର ଟପ ନେତାଙ୍କୁ ପାୱାରଲିଷ୍ଟରେ ପଛରେ ପକାଇ ଦେଇଛନ୍ତି । ତେବେ ଅନ୍ତର୍ଜାତୀୟ ସ୍ତରରେ ଭାରତର ରୁପିକୁ ଶକ୍ତିଶାଳୀ କରିବା ପାଇଁ ପିଏମ୍ ମୋଦୀ ଏକ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ଡଲାରର ପ୍ରାଧାନ୍ୟ ବୃଦ୍ଧି ପାଇଁ ଭାରତ ସରକାର ସ୍ୱତନ୍ତ୍ର ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ପୂର୍ବରୁ ଭାରତ ସରକାର ଋଷ, ମରିସସ, ଶ୍ରୀଲଙ୍କା ଆଦି କିଛି ରାଷ୍ଟ୍ର ରୁପିରେ କାରବାର କରୁଥିବା ବେଳେ ଏଥିରେ ଆଉ ୧୮ଟି ସାମିଲ ହେବ ବୋଲି ଗତବର୍ଷ ଶେଷ ଆଡ଼କୁ ସୂଚନା ଦିଆଯାଇଥିଲା । ଏଥିସହିତ ବିଶ୍ୱର ଆଉ ୫୦ଟି ଦେଶ ସହିତ ରୁପିରେ କାରବାର ନେଇ କଥାବର୍ତ୍ତା ସରିଥିବା ମଧ୍ୟ କୁହାଯାଇଥିଲା ।

ତେବେ ସଦସ୍ୟ ସୂଚନା ମୁତାବକ, ଦେଶରେ ୧୭ଟି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲାଯାଇଛି । ଫଳରେ ଜର୍ମାନୀ, ଇସ୍ରାଏଲ, ଜର୍ମାନୀ ପରି ବିଶ୍ୱର ୬୪ଟି ବିକଶିତ ଦେଶ ରୁପି ମାଧ୍ୟମରେ କାରବାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ୟୁରୋପୀୟ ୟୁନିୟନର ଏକ ରାଷ୍ଟ୍ର ଜର୍ମାନୀ ଏସିଆ ମହାଦେଶର କୌଣସି ମୁଦ୍ରା ଭାରତୀୟ ରୁପିରେ କାରବାର କରିବା ପାଇଁ ସହମତି ପ୍ରକାଶ କରିଛି । ଭାରତ ଯଦି ବିଶ୍ୱର ୩୦ରୁ ଅଧିକ ଦେଶ ସହିତ କାରବାର କରେ ତେବେ ଏପରି ସ୍ଥିତିରେ ଭାରତୀୟ ରୁପି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ମୁଦ୍ରା ରୂପେ ପରିଗଣିତ ହେବ ।

ସୂଚନାଯୋଗ୍ୟ ଯେ, ଯଦି କୌଣସି ଭାରତୀୟ କୌଣସି ବିଦେଶୀ ବେପାରୀଙ୍କ ସହିତ କାରବାର କରିବାକୁ ଚାହିଁବେ, ତେବେ ରାଶି ଭୋଷ୍ଟ୍ରୋ ଖାତାରେ ଜମା କରାଯିବ । ଯେତେବେଳେ ଜଣେ ଭାରତୀୟ ରପ୍ତାନୀକାରୀଙ୍କୁ ଯୋଗାଣ ସାମଗ୍ରୀ ପାଇଁ ସାମଗ୍ରୀ ବାବଦକୁ ଦେୟ ଦେବାକୁ ପଡ଼ିବ, ସେ ସମୟରେ ଉକ୍ତ ଅର୍ଥ ଭୋଷ୍ଟ୍ରା ଖାତାରୁ କଟି ରପ୍ତାନୀକାରୀଙ୍କ ଖାତାରେ ଜମା ହୋଇଯିବ ।

Get real time updates directly on you device, subscribe now.