fbpx

ଧକ୍କା ମାରିଲେ ଜାମିନ ବୀହିନ ଦଫା – ଅରୂପ ପଟ୍ଟନାୟକ

ଭୁବନେଶ୍ୱର : ଧକ୍କା ମାରିଲେ ଯେଉଁ ଦଫା ଲାଗିବ ତାହା ଜାମିନ ବୀହିନ । ଧକ୍କାମରା ମୋ ହାବୁଡରେ ପଡି ନାହିଁ, ଏବେ ମୋ ହାବୁଡରେ ପଡିଲେ ତାର କ’ଣ ଅବସ୍ଥା ହେବ ସେ ନିଜେ ଜାଣିଛି । ଗୋଟେ ଚାପୁଡା ପଡିବ ସେ ଲୋକ ସେଇଠି ଶୋଇପଡିବ । ସେ ଲୋକ ନାଁ ରେ ନନ୍ ବେଲେବୁଲ ମାମଲା ରହିଛି, କେମିତି ଭୁଲିଗଲା । ନାଁ ନ ନେଇ ସିଧାସଳଖ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରି ଏଭଳି କିଛି ଧମକ ଦେଇଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ । ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣା ପ୍ରତିବାଦରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମକର୍ତ୍ତା ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଗତକାଲି ବିଜେପି ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ଧକ୍କା ମାରିବା ସହିତ ଗାଳିଗୁଲଜ କରିଥିଲେ । ଅନ୍ୟପକ୍ଷରେ ଶ୍ରୀମତୀ ପ୍ରଧାନ ମଧ୍ୟ ପାଲଟା ଜୟନାରାୟଣଙ୍କୁ ମୁଥ ମାରିଥିବା ଅଭିଯୋଗ ହୋଇଛି। ଅନିତାଙ୍କ ଅଭିଯୋଗକ୍ରମେ ସମ୍ବଲପୁର ଟାଉନ ଥାନା ପୁଲିସ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୂର୍ବରୁ ମଧ୍ୟ ଜୟନାରାୟଣଙ୍କ ନାଁ ମାମଲାଳ ରହିଛି । ଗତକାଲି ଗିରଫଦାରୀ ଭୟରେ ସ୍ଥାନୀୟ ସର୍କିଟ ହାଉସରେ ଲୁଚିଥିବା ବେଳେ, ମହିଳା ବିଜେଡି କର୍ମୀ ସର୍କିଟ ହାଉସକୁ ଘେରାଉ କରିଥିଲେ ।

Get real time updates directly on you device, subscribe now.