fbpx

ଭାରତୀୟ ବୈଜ୍ଞାନିକ ପ୍ରସ୍ତୁତ କରିଦେଲେ କରୋନା ଟୀକା

ବ୍ରିଟେନ ଅକ୍ସଫୋର୍ଡ ୟୁନିଭରସିଟିରେ ଭାରତୀୟ ପ୍ରଫେସର ସୁମି ବିଶ୍ୱାସ କରୋନା ଭାଇରସର ଏକ ନୂଆ ଟୀକା ପ୍ରସ୍ତୁତ କରିସାରିଛନ୍ତି । ରିପୋର୍ଟ ମୁତାବକ, ଦୁନିଆର ସର୍ବବୃହତ ଟୀକା ଉତ୍ପାଦନକାରୀ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହଭାଗିତାରେ ଏହି କରୋନା ଟୀକାର ହ୍ୟୁମନ ଟ୍ରାଏଲ ଅଷ୍ଟ୍ରଲିଆରେ ଆରମ୍ଭ ହୋଇଛି । ତେବେ ପ୍ରଫେସର ସୁମି ଅକ୍ସଫୋର୍ଡ ୟୁନିଭରସିଟିର ଜେନର ଇନଷ୍ଟିଚ୍ୟୁଟରେ ପ୍ରଫେସର ଆଡ୍ରିଆନ୍ ହିଲ ଓ ସାରା ଗିଲବର୍ଟଙ୍କ ସହ କାମ କରିସାରିଛନ୍ତି । ସୁମି ଅକ୍ସଫୋର୍ଡରେ ପିଏଚଡି କରିବା ସହ ମ୍ୟାଲେରିଆ ଟୀକା ବିକଶିତ କରିବା ପାଇଁ ନେଜର ଇନଷ୍ଟିଚ୍ୟୁଟ ସହ ଦୀର୍ଘ ଦିନ ହେବ କାମ କରିଛନ୍ତି । ସେ ୨୦୦୫ରେ ବାଙ୍ଗାଲୁର ବିଶ୍ୱବିଦ୍ୟାଳୟରୁ ମାଇକ୍ରୋବାୟୋଲୋଜି ଅଧ୍ୟୟନ କରି ବ୍ରିଟେନକୁ ଯାଇଥିଲେ ।

Get real time updates directly on you device, subscribe now.