fbpx

ଗର୍ଲଫ୍ରେଣ୍ଡର ହାତ-ଗୋଡ଼ ବାନ୍ଧି ଜୀଅନ୍ତା ପୋତିଦେଲା ପ୍ରେମିକ, କାରନାମା ଶୁଣିଲେ ଲୋମ ଟାଙ୍କୁରି ଉଠିବ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ୨୦୨୧ ରେ ଜଣେ ୨୧ ବର୍ଷୀୟା ଭାରତୀୟ ଛାତ୍ରୀଙ୍କୁ ହତ୍ୟା କରାଯାଇଥିଲା । ନୂଆ ଖୁଲାସା ଅନୁସାରେ, ତାଙ୍କର ପୂର୍ବତନ ପ୍ରେମିକ ‘ପ୍ରତିଶୋଧ’ ନେବାକୁ ଯାଇ ତାରରେ ହାତ-ଗୋଡ଼ ବାନ୍ଧି ଜୀଅନ୍ତା ବାନ୍ଧି ଦେଇଥିଲା ।

ଛାତ୍ରୀ ଜସମୀନ କୌରଙ୍କୁ ତାରିକଜୋତ ସିଂହ ୨୦୨୧ରେ ଉତ୍ତର ପ୍ଲାୟମ୍ଟନରେ ନିଜ ଅଫିସରୁ ପିଛା କରିଥିଲା ଓ ତାଙ୍କୁ କିଡନାପ୍ କରି ଫ୍ଲିଡର୍ସ ରେଞ୍ଚ ନେଇଯାଇଥିଲା । ସେଠାରେ ଛାତ୍ରୀଙ୍କୁ ଗୁରୁତର ଭାବରେ ମାରପିଟ କରିବା ପରେ ଗଭୀର କବରରେ ଜୀଅନ୍ତା ପୋତିଦେଇଥିଲା ।

ପୀଡିତାଙ୍କ ମାତାଙ୍କର କହିବା ଅନୁସାରେ , ଏବର୍ଷ ଫେବୃଆରୀରେ ନିଜ ଦୋଷ ସ୍ୱୀକାର କରିଥିବା ତାରିକଜୋତ ଜସମୀନ ପାଇଁ ପାଗଳ ଥିଲା ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା । ଏବିସି ନ୍ୟୁଜ୍ ଅନୁସାରେ, ବୁଧବାର ଦିନ ଦକ୍ଷିଣ ଅଷ୍ଟ୍ରେଲିଆର ସୁପ୍ରିମକୋର୍ଟ ଶୁଣାଣି କହିଛନ୍ତି ଯେ, ୫ ମାର୍ଚ୍ଚ ୨୦୨୧ରେ ତାରିକଜୋତ ଦ୍ୱାରା ଜସମୀନଙ୍କୁ ତାଙ୍କ ଅଫିସ ନିକଟରୁ ଅପହରଣ ଓ ପରେ ଅତ୍ୟାଚାର ସହିବାକୁ ବାଧ୍ୟ କରାଯାଇଥିଲା । ତାଙ୍କୁ ତାରରେ ବାନ୍ଧିବା ପରେ ଆଖିରେ ଫିତା ବାନ୍ଧିଥିଲା ଓ ପରେ ହୋସରେ ଥିବା ସମୟରେ ଜୀବନ୍ତ କବର ଦିଆଯାଇଥିଲା ।

ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ,୬ ମାର୍ଚ୍ଚ ୨୦୨୧ ରେ ଜସମିନଙ୍କର ମୃତ୍ୟୁ ହୋଇଥିଲା । ଓକିଲ କୋର୍ଟକୁ କହିଥିଲେ ଯେ, “(ଏହା) ଏକ ହତ୍ୟା ଥିଲା ଯାହା ପ୍ରତିଶୋଧର ଭାବନାରେ କରାଯାଇଥିଲା ।’ ସିସିଟିଭି ଫୁଟିଜରୁ ଜଣାପଡିଛି, ହତ୍ୟାର କିଛି ଘଣ୍ଟା ପୂର୍ବରୁ ଏକ ହାର୍ଡୱେୟର ଷ୍ଟୋରରୁ ତାର ଓ ଅନ୍ୟ ସାମଗ୍ରୀ କିଣିଥିଲା ତାରିକଜୋତ ।

Get real time updates directly on you device, subscribe now.