fbpx
BSKY
BJD MC SKY
BJD YOUTH SKY

ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ ପଢ଼ିବା ମନା, ଏନଏମସି ଜାରି କଲା ନୋଟିସ

ନୂଆଦିଲ୍ଲୀ: ପାକିସ୍ତାନରେ ମେଡିକାଲ ପଢ଼ିପାରିବେନି ଭାରତୀୟ ଛାତ୍ର । ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ କଲେଜରେ ଆଡମିଶନ ନ କରିବାକୁ ପରାମର୍ଶ ଦେଇଛି ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଗତ କିଛି ଦିନ ତଳେ ସଂଯୁକ୍ତ ପରାମର୍ଶ ମାଧ୍ୟମରେ ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ କୌଣସି କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ ନକରିବାକୁ ପରାମର୍ଶ ଦେଇଥିଲେ । ଯାହା ପରେ ଏନଏମସି ଦ୍ୱାରା ସାର୍ବଜନିକ ଭାବରେ ନୋଟିସ ଜାରି କରାଯାଇଛି ।

ୟୁଜିସି ଏବଂ ଏଆଇସିଟିଇର ପରାମର୍ଶରେ କୁହାଯାଇଥିଲା ଯେ ଯଦି ଛାତ୍ରମାନେ ଏଭଳି କରିବାରେ ସଫଳ ହେଉଛନ୍ତି ତେବେ ସେମାନଙ୍କୁ ଭାରତରେ ଉଚ୍ଚଶିକ୍ଷା କିମ୍ବା ଚାକିରି ମିଳିବନାହିଁ । ଗତ ୨୯ ତାରିଖରେ ନୋଟିସ ଜାରିକରି କୁହାଯାଇଥିଲା ଯେ ସେମାନେ ମେଡିକାଲ ଶିକ୍ଷା ପାଇଁ ପାକିସ୍ତାନ ଯାଆନ୍ତୁ ନାହିଁ ।

ନୋଟିସରେ କୁହାଯାଇଥିଲା ଯେ ଭାରତର କୌଣସି ନାଗରିକ କିମ୍ବା ପ୍ରବାସୀ ଭାରତୀୟ ଯଦି ପାକିସ୍ତାନର କୌଣସି ମେଡିକାଲ କଲେଜରେ ଏମବିବିଏସ/ବିଡିଏସ କିମ୍ବା କୌଣସି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଛନ୍ତି, ସେ ଏଫଏମଜିଇ ଦେଇପାରିବେ ନାହିଁ ତଥା ଭାରତରେ ରୋଜଗାର ପାଇବାର ଯୋଗ୍ୟ ନୁହଁନ୍ତି । ତେବେ କେବଳ ୨୦୧୮ ପୂର୍ବରୁ ଗୃହ ମନ୍ତ୍ରାଳୟର ଅନୁମୋଦନ ପରେ ପାକିସ୍ତାନର ଡିଗ୍ରୀ କଲେଜ/ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥିବା ଛାତ୍ରଙ୍କ ଏଥିରୁ ଛାଡ଼ ମିଳିବ ।

ବିଦେଶୀ ମେଡିକାଲ ସ୍ନାତକ ପରୀକ୍ଷା (ଏଫଏମଜିଇ) ଏବଂ ନାସନାଲ ଏଗଜିଟ ଟେଷ୍ଟ (ଏନଇଏକ୍ସଟି) ଛାତ୍ରଙ୍କ ପାଇଁ ଭାରତରେ ମେଡିକାଲ ପ୍ରାକ୍ଟିସ କରିବା ପାଇଁ ଏକ ଲାଇସେନ୍ସ ପରୀକ୍ଷା ।

Get real time updates directly on you device, subscribe now.