fbpx

ଭାରତର ଏହି ମନ୍ଦିରରେ ରହିଛି ଅଜବ ପ୍ରଥା; ନାମକରଣ ପାଇଁ ଆସିଥାଏ ପୋଷା କୁକୁର

ନୂଆଦିଲ୍ଲୀ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ ବିଚିତ୍ର ତାର ପରିକଳ୍ପନା । ଏହି ବିଶ୍ୱ ତଥା ଦେଶରେ ଅନେକ କିଛି ରହସ୍ୟ ରହିଛି । ଯାହା ବିଷୟରେ ଜାମିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଦେଶରେ ଏହି ରହସ୍ୟମୟୀ ସ୍ଥାନ ବ୍ୟତୀତ କିଛି ଅଜବ ପ୍ରଥା ପରମ୍ପରା ମଧ୍ୟ ରହିଛି । ଯାହାକୁ ସହଜରେ କେହି ଗ୍ରହଣ କରିପାରନ୍ତି ନାହିଁ । ତେବେ ଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁ ମନ୍ଦିର ନିଜର ଅଲୌକିକ ଶକ୍ତି ଏବଂ ପ୍ରଥା ପାଇଁ ପ୍ରସିନ୍ଧ । କିନ୍ତୁ ଏଠାରେ ଏପରି ବି କିଛି ମନ୍ଦିର ଅଛି ଯାହାକି ତାର ଅଜବ ଏବଂ ଅଦ୍ଭୁତ ପରମ୍ପରା ପାଇଁ ପ୍ରିସଦ୍ଧ ହୋଇଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହିପରି ଏକ ମନ୍ଦିର ବିଷୟରେ । ଯେଉଁଠାରେ ଲୋକମାନେ ତାଙ୍କ କୁକୁର ନାମ କରଣ କରାଇବା ପାଇଁ ଆସିଥାନ୍ତି ।

ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ, କେରଳର କନ୍ନୁର ଜିଲ୍ଲାରେ ଏକ ମନ୍ଦିର ଅଛି ଯେଉଁଠାରେ ଲୋକମାନେ ସେମାନଙ୍କ କୁକୁରର ନାମକରଣ କରାଇଥାନ୍ତି । ତେବେ କଥାଟି ଆପଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଏହା ହିଁ ସତ୍ୟ । ତେବେ କନ୍ନୁର ତାଲିପାରମ୍ବା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଭାଲାପାଟନମ୍ ନଦୀ ଅଛି, ଯାହା କୂଳରେ ଏକ ମନ୍ଦିର ଅବସ୍ଥାପିତ ହୋଇଛି । ଯାହାର ନାମ ହେଉଛି ମୁଥାପନ୍ ମନ୍ଦିର । ତେବେ ଏଠାରେ ଥିବା ସ୍ଥାନୀୟ ଲୋକମାନେ କୁହନ୍ତି ଯେ ବହୁ ଦୂର ଦୂରାନ୍ତରୁ ଲୋକମାନେ ଏହି ମନ୍ଦିର କୁ ଆସିଥାନ୍ତି ଏବଂ ଏଠାରେ ସେମାନେ ତାଙ୍କ ପୋଷାକୁକୁରର ନାମକରଣ କରିଥାନ୍ତି ।

ସୂଚନା ଅନୁଯାୟୀ, ତିରୁଭାପନ୍ ଭେଲାଟ୍ଟମ୍ ପରମ୍ପରା ଅନୁସାରେରେ ଏଠାରେ କୁକୁରମାନଙ୍କର ନାମକରଣ କରାଯାଇଥାଏ। ଯେଉଁଥିପାଇଁ ଏକ ସମାରୋହର ଆୟୋଜନ ହୋଇଥାଏ ଏବଂ ଏଥିପାଇଁ ସେମାନଙ୍କୁ କୌଣସି ଶୁକ୍ଳ ଦେବାକୁ ପଡେ ନାହିଁ । ତେବେ ତିରୁଭାପନ୍ ଭେଲାଟମ୍ ପରମ୍ପରା ସମୟରେ ଲୋକମାନେ ସେମାନଙ୍କ ପୋଷା କୁକୁରକୁ ଏହି ମନ୍ଦିରକୁ ଆଣିଥାନ୍ତି ଏବଂ ତାଙ୍କ ମାମ କରଣ କରାଇଥାନ୍ତି । ତେବେ ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ମୁଥାପନ୍ନ ମନ୍ଦିରରେ ଏହି ନାମକରଣ ସମାରୋହ ଅନୁଷ୍ଠିତ ହୋଇଥାଏ । ଯେଉଁପାଇଁ ସେଠାରେ ଏହି ୨ ଦିନ ପ୍ରବଳ ଭିଡ ହେଉଥିବା ସ୍ଥାନୀୟ ଲୋକ କୁହନ୍ତି । ଏଠାରେ ଥିବା ପୁରୋହିତଙ୍କୁ ମୁଥାପନ୍ ଥିୟମ୍ କୁହାଯାଏ । ସେମାନେ କୁକୁରର ନାମକରଣ ସମୟରେ କୁକୁର କାନରେ ମନ୍ଥର ସ୍ୱରରେ କିଛି କହିଥାନ୍ତି ଏବଂ ଶେଷରେ ତାକୁ ପ୍ରସାଦ ଖାଇବାକୁ ଦିଅନ୍ତି । ଏହା କରିବା ପରେ ସେମାନେ ଗୃହପାଳିତ ପଶୁକୁ ଏହାର ମାଲିକଙ୍କୁ ହସ୍ତାନ୍ତର କରନ୍ତି ।

ସେଠାକାର ଲୋକଙ୍କ ବିଶ୍ୱାସ ଅନୁଯାୟୀ, ମୁଥାପନ୍ ହେଉଛନ୍ତି ଗରିବ ଏବଂ ପରିଶ୍ରମୀ ଜନତାଙ୍କ ଭଗବାନ । ତେଣୁ ଭଗବାନ ମୁଥାପନଙ୍କୁ ଏଠାକାର ଲୋକମାନେ ତାଡି ଏବଂ ଭଜା ମାଛ ଅର୍ପଣ କରିଥାନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁକୁରମାନଙ୍କୁ ମୁଥାପାନର ସାଥୀ ଭାବରେ ମଧ୍ୟ ବିବେଚନା କରାଯାଏ । ଏହି କାରଣରୁ ଏହି ମନ୍ଦିରରେ କୁକୁରମାନଙ୍କୁ ମଧ୍ୟ ପୂଜା କରାଯାଏ। ସ୍ଥାନୀୟ ଲୋକମାନେ ଭଗବାନ ମୁଥାପନଙ୍କୁ ଏକ ଧର୍ମନିରପେକ୍ଷ ଦେବତା ଭାବରେ ବିବେଚନା କରନ୍ତି ।

Get real time updates directly on you device, subscribe now.