fbpx
BJD SKY
BJD SKY

ଭାରତୀୟ ମହିଳା ଅଧିକ ଚିନ୍ତାଗ୍ରସ୍ତ : ସର୍ଭେରୁ ବଡ଼ ଖୁଲାସା

BJD

ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଆସିଛି । ଲୋକଙ୍କ ଚାପ, କ୍ରୋଧ ଓ ଚିନ୍ତାର ସ୍ତର ବଢ଼ଚାଲିଛି । ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଉଦାସ ଓ ଦୁଃଖୀ ରହୁଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳା ବେଶି ଏହାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ପରିବର୍ତ୍ତିତ ମାନସିକ ସ୍ଥିତି ଜାଣିବା ଓ ସେମାନଙ୍କ ଭାବନାକୁ ବୁଝିବା ପାଇଁ ଗ୍ୟାଲପ୍ ୱର୍ଲଡ ପୋଲ୍ ୨୦୧୨ରୁ ୨୦୨୧ ମସିହା ପର୍ଯ୍ୟନ୍ତ ୧୫୦ ଦେଶର ୧୨ ଲକ୍ଷ ଲୋକଙ୍କ ଉପରେ ସର୍ଭେ କରିଥିଲା ।

ଏଥିରୁ ଜଣାପଡ଼ିଲା, ୧୦ ବର୍ଷ ତଳେ ମହିଳା-ପୁରୁଷଙ୍କ କ୍ରୋଧ ଓ ଚାପ ସ୍ତର ସମାନ ଥିଲା । କିନ୍ତୁ ଗତ ୧୦ ବର୍ଷରୁ ମହିଳାଙ୍କ ଚାପ ଅଧିକ ବଢ଼ିଛି । ସେମାନେ ଏବେ ଅଧିକ କ୍ରୋଧାନ୍ୱିତ ହେଉଛନ୍ତି । ତଥ୍ୟ ଅନୁସାରେ, ବିଶ୍ୱରେ ମହିଳାଙ୍କ କ୍ରୋଧ ସ୍ତର ପୁରୁଷଙ୍କଠାରୁ ୬ ପ୍ରତିଶତ ଅଧିକ । ଭାରତ ଓ ପାକିସ୍ତାନର ମହିଳାଙ୍କ ଚାପ ଓ କ୍ରୋଧର ସ୍ତର ବିଶ୍ୱଠାରୁ ଦୁଇଗୁଣ । ଅର୍ଥାତ ୧୨ ପ୍ରତିଶତ । ଭାରତରେ ପୁରୁଷଙ୍କ କ୍ରୋଧ ସ୍ତର ୨୭.୮ ପ୍ରତିଶତ । ମହିଳାଙ୍କଠାରେ ଏହି ସ୍ତର ୪୦.୬ ପ୍ରତିଶତ । କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ଏହି ସ୍ତର ଅଧିକ ବଢ଼ିଛି ।

ମନୋବୈଜ୍ଞାନିକ ଡା. ଲକ୍ଷ୍ମୀ ବିଜୟ କୁମାର ବିଶ୍ୱରେ ମହିଳାଙ୍କର ବଢୁଥିବା ଚାପ ଓ କ୍ରୋଧର କାରଣ ବିଷୟରେ କହିଛନ୍ତି, ବିଶ୍ୱର ତମାମ ଦେଶରେ ମହିଳା ପୂର୍ବାପେକ୍ଷା ଅଧିକ ଶିକ୍ଷିତ ହୋଇଛନ୍ତି । ଚାକିରି କରିବା ସହ ଆତ୍ମନିର୍ଭରତାକୁ ନେଇ ଆତ୍ମବିଶ୍ୱାସ ଆସିଛି । ବାହାରେ ସମାନତା ବିଷୟରେ ଚର୍ଚ୍ଚା ହେଉଥିବାବେଳେ ଘରେ କିନ୍ତୁ ପୁରୁଷକୈନ୍ଦ୍ରିକ ବ୍ୟବସ୍ଥା ଏବେ ବି ରହିଛି । ଏହି ଅସନ୍ତୁଳନ ମଧ୍ୟରେ ଘାଣ୍ଟି ହେଉଥିବା ମହିଳା ଏବେ ସ୍ୱର ଉଠାଇ ନିଜ କ୍ରୋଧ ଜାହିର କରୁଛନ୍ତି । ଗତ ଦଶନ୍ଧି ଭିତରେ ମହିଳା ନିଜର ଭାବନା ବ୍ୟକ୍ତ ପାଇଁ ଆଗକୁ ଆସୁଛନ୍ତି । କିନ୍ତୁ କାମ ଅପେକ୍ଷା ବେତନ କମ୍? ମିଳୁଛି ଓ ସେମାନଙ୍କଠାରୁ ଅଧିକ ଆଶା କରାଯାଉଛି । ଏଥିପାଇଁ ସେମାନଙ୍କର କ୍ରୋଧ ବଢୁଛି ।

Get real time updates directly on you device, subscribe now.