fbpx

ଏସିଆ କପ୍ ରେ ଭାରତର ପ୍ରଥମ ପରାଜୟ: ୬ବର୍ଷ ପରେ ଭାରତକୁ ଟି-୨୦ ମୁକାବିଲାରେ ହରାଇଲା ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ମହିଳା ଏସିଆ କପ୍ ରେ ଭାରତକୁ ୧୩ ରନ୍ ରେ ପରାସ୍ତ କରିଛି ପାକିସ୍ତାନ। ୬ବର୍ଷ ପରେ ଟି-୨୦ ମୁକାବିଲାରେ ଭାରତ ଉପରେ ପାକିସ୍ତାନ ମହିଳା ଦଳ ବିଜୟ ହାସଲ କରିଛି। ଏହି ମୁକାବିଲାରେ ପାକିସ୍ତାନ ପ୍ରଥମେ ମୁକାବିଲା କରି ୧୩୮ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତୀୟ ଟିମ୍ ୧୨୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲ।

ପାକିସ୍ତାନ ତାରକା ଖେଳାଳି ନିଦା ଡାର୍ ଙ୍କ ଅପରାଜିତ ୫୬ ଏବଂ ଦୁଇ ଉଇକେଟ୍ ବଳରେ ପାକିସ୍ତାନ ଏହି ବିଜୟ ପାଇଛି। ଡାର୍ ହରମନପ୍ରୀତ କୌର ଏବଂ ଜେମିମା ରେଡ୍ରିଗିଜଙ୍କ ଗୁରୁତ୍ୱପୁର୍ଣ୍ଣ ଉଇକେଟ୍ ହାସଲ କରିଥିଲେ। ଭରତ ପକ୍ଷରୁ ରିଚା ଘୋସ ସର୍ବାଧିକ ୨୬ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ।

 

Get real time updates directly on you device, subscribe now.