fbpx
BJD
BJD SKY
BJD SKY

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦… ସୁଦ୍ଧା ଦେଶରେ ଗଡ଼ିବ ବୁଲେଟ୍ ଟ୍ରେନ୍

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଅହମଦାବାଦ ଗସ୍ତରେ ବୁଲେଟ ଟ୍ରେନକୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ୨୦୨୬ ରେ ଚାଲିବ । ସେ କହିଛନ୍ତି ବର୍ତ୍ତମାନ ଏହାକୁ ନେଇ କାମ ଚାଲୁଛି । ଏହା ବ୍ୟତୀତ ସେ କହିଛନ୍ତି ଯେ ୧୯୯ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ମାଷ୍ଟର ପ୍ଲାନ୍ ଚାଲୁଛି । ଏହା ଅନୂଯାୟୀ ଅହମଦାବାଦ ରେଲୱେ ଷ୍ଟେସନ ବିଶ୍ୱସ୍ତରୀୟ କରାଯିବ ।

ଏହା ସହ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କାଲିର ଘଟଣା ପରେ ଟ୍ରେନ୍ କୁ କିଛି ହୋଇନାହିଁ, ଟ୍ରେନରେ ମରାମତି କରି ଏହାକୁ ପୁଣି ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ଦେଶର ପ୍ରଥମ ହାଇସ୍ପିଡ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ଅହମଦାବାଦ ପୂର୍ବରୁ ବଟଭା ଏବଂ ମଣିନଗର ମଧ୍ୟରେ ଟ୍ରେନ୍ ଏକ ମଇଁଷି ସହ ଧକ୍କା ହୋଇଥିଲ । ଏହି ଘଟଣାରେ ୪ ମଇଁଷିଙ୍କର ମୃତ୍ୟୁ ହୋଇଥିଲା ଏବଂ ଟ୍ରେନର ସମ୍ମୁଖ ଭାଗ ନଷ୍ଟ ହୋଇଥିଲା । ଏବେ ଏହି ଟ୍ରେନକୁ ମରାମତି କରାଯାଇ ପୁଣି ଆରମ୍ଭ କରାଯାଇଛି । ବନ୍ଦେ ଭାରତ ଟ୍ରେନ୍ କେବଳ ତିନି ରୁଟରେ ଚାଲୁଛି ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗୁଜରାଟରେ ୫ଜି ଲ୍ୟାବର ନିର୍ମାଣ କରାଯିବ । ନିକଟରେ ସେ ଇଣ୍ଡିଆନ୍ ମୋବାଇଲ କଂଗ୍ରେସରେ କହିଥିଲେ ଯେ ସରକାର ଦେଶରେ ୫ଜି ଟେକ୍ନୋଲୋଜୀ ଦ୍ୱାରା ଖଚିତ ୧୦୦ ଲାବ୍ ସ୍ଥାପିତ କରିବାର ଯୋଜନା କରିଛନ୍ତି । ଏଥିରେ ସର୍ବନିମ୍ନ ୧୨ ଲାବ୍ ଛାତ୍ରଙ୍କୁ ଟ୍ରେନିଂ ଦେବା ଏବଂ ଅନ୍ୟ ଲାବ୍ ର ବ୍ୟବହାର ନୂଆ ପ୍ରୟୋଗ ପାଇଁ କରାଯିବ ।

Get real time updates directly on you device, subscribe now.