fbpx

ଭାଙ୍ଗିଗଲା ବନ୍ଦେ ଭାରତ ଟ୍ରେନର ‘ନାକ’, ମଇଁଷି ମାଲିକଙ୍କ ଉପରେ ଏଫ୍ଆଇଆର୍ ରୁଜୁ କଲା ଆରପିଏଫ

Advertisement

ଅହମଦାବାଦ: ମୁମ୍ବାଇରୁ ଅହମଦାବାଦ ଆସୁଥିବା ବନ୍ଦେ ଭାରତ ଟ୍ରେନ୍ ଗୁୁରୁବାର ସକାଳେ ଏକ ଦୁର୍ଗଟଣାର ସମ୍ମୁଖିନ ହୋଇଥିଲା। ଏହି ଦୁର୍ଘଟଣା କୋଣସି ଟ୍ରେନ୍ ଲାଇନ୍ ରୁ ଖସିଯିବା କାରଣରୁ ହୋଇ ନଥିଲା। ବଟୱା ଏବଂ ମଣିନଗର ଷ୍ଟେସନ୍ ପାଖରେ ମଇଁଷି ଦଳମାନଙ୍କ ସହ ଧକ୍କା ଦେବା ଫଳରେ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ୍ ର ସମ୍ମୁଖ ଭାଗ ଭାଙ୍ଗିଯାଇଥିବା ବେଳେ ୪ ମଇଁଷିଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାରେ ରେଲବ୍ ସୁରକ୍ଷା ବଳ(ଆର୍ପିଏଫ୍) ମଇଁଷି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

ବଟୱା ରେଳ ଷ୍ଟେସନ୍ ରେ ନିଯୁକ୍ତ ଥିବା ଇନସ୍ପେକଟର ପ୍ରଦୀପ ଶର୍ମା କହିଥିଲେ ଯ, ରେଳବେ ଅଧିନିୟମ ୧୯୮୯ରେ ଧାରା ୧୪୭ ଅନୁଯାୟୀ ଏଫଆଇଆର୍ ରୁଜୁ ହୋଇଛି। ଯାହା ରେଲବେର କୌଣସି ପ୍ରକାର ଅନଧୀକୃତ ଅଞ୍ଚଳରେ ପ୍ରବେଶ କରିବା କିମ୍ବା ଏହାର ସମ୍ପତି ନଷ୍ଟ କରିବା ସମ୍ବନ୍ଧିତ ଅଟେ। ଏହି ମାମଲାରେ ଏଫଆଇର ରୁଜୁ ହୋଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ ମଇଁଷିର ମାଲିକଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।

ଅହମଦାବାଦ ରେଲବେ ଲୋକ ସମ୍ପର୍କବ ଅଧିକାରୀ କହିଛନ୍ତି ଯେ, ଗୁରୁବାର ସକାଳ ୧୧ଟା ୧୫ ମିନିଟ୍ ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟ୍ରେନକୁ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିବାକୁ ପଡିଥିଲା। ଏହାପରେ ଟେନକୁ ଠିକ୍ କରି ଆଗକୁ ପଠାଇ ଦିଆଯାଇଥିଲା। ଏହି ବନ୍ଦେ ଭାରତ ଟେନକୁ ୩୦ ସେପ୍ଟେମ୍ବରରେ ଆରମ୍ଭ କରାଯାଇଥିଲା। ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୮୦ରୁ ୨୦୦ କିମି ବେଗରେ ଗତି କରିଥାଏ।

Get real time updates directly on you device, subscribe now.