fbpx

Big Breaking! ପୁଣି ବଢ଼ିବ ମହଙ୍ଗା ଭତ୍ତା, ପୁଣି କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେବେ ଉପହାର

Advertisement

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିବା ବେଳେ ପୁଣି ଆସିପାରେ ଏକ ଗୁଡ୍ ନ୍ୟୁଜ୍ । ପୁଣି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି କରିବାକୁ ଯାଉଛନ୍ତି । ତେବେ ଏଥର ଡିଏ ୩ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି । ଡିଏ ବଢ଼ିବାର ସମ୍ଭାବନା ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ଏଆଇସିପିଆଇ) ଆଧାରରେ ସ୍ପଷ୍ଟ ହୋଇଛି ।

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଗତ ଅଗଷ୍ଟ ପର୍ଯ୍ୟନ୍ତ ଏଆଇସିପିଆଇ ଇଣ୍ଡେକ୍ସର ସଂଖ୍ୟା ଜାରି କରାଯାଇଥିଲା । ତେବେ ଜୁଲାଇ ଅପେକ୍ଷା ଅଗଷ୍ଟରେ ଏହି ଇଣ୍ଡେକ୍ସ ସଂଖ୍ୟାରେ ୦.୩ ଅଙ୍କ ବୃଦ୍ଧି ଦେଖିବାକୁ ମିଳିଛି । ଜୁନ ଅପେକ୍ଷା ଜୁଲାଇରେ ଏହି ସଂଖ୍ୟା ୦.୭ ଅଙ୍କ ବଢ଼ିଥିଲା । ଏପରି ଭାବେ ଦେଖିବାକୁ ଗଲେ ଜୁନରୁ ଅଗଷ୍ଟ ମଧ୍ୟରେ ମୋଟ ୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଜୁନରେ ଏଆଇସିପିଆଇ ଇଣ୍ଡେକ୍ସ ୧୨୯.୨ରେ ରହିଥିବା ବେଳେ ଜୁଲାଇରେ ୧୨୯.୯ ଓ ଅଗଷ୍ଟରେ ୧୩୦.୨ ପାର କରିଥିଲା ।

ଯଦି ଆସନ୍ତା ମାସରେ ଇଣ୍ଡେକ୍ସରେ ୧ ପ୍ରତିଶତ ବୃଦ୍ଧି ଘଟେ ତେବେ ଡିଏ ୩ ପ୍ରତିଶତ ବୃଦ୍ଧି ଘଟିବାର ଅନୁମାନ କରାଯାଉଛି । ଏହି ଇଣ୍ଡେକ୍ସ ୧୩୧.୪ ଅଙ୍କ ପର୍ଯ୍ୟନ୍ତ ପହଞ୍ଚିଲେ ୩ ପ୍ରତିଶତ ଡିଏ ବୃଦ୍ଧି ହେବ । ତେବେ କେନ୍ଦ୍ର ସରକାର ଯଦି ପୁଣି ୩ ପ୍ରତିଶତ ଡିଏ ବୃଦ୍ଧି କରନ୍ତି, ତେବେ କର୍ମଚାରୀଙ୍କୁ ମୋଟ ୪୧ ପ୍ରତିଶତ ଡିଏ ମିଳିବ । ପୂର୍ବରୁ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ୩୮ ପ୍ରତିଶତ ଡିଏ ମିଳୁଛି । ଯଦି ୩ ପ୍ରତିଶତ ଡିଏ ବଢ଼େ ତେବେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ ସାଲାରି ୧୮ ହଜାର ଟଙ୍କା ହେବ । ପୂର୍ବରୁ ମାସକୁ ଡିଏ ୬,୮୪୦ ଟଙ୍କା ମିଳୁଥିବା ବେଳେ ଏବେ ତାହା ୭,୩୮୦ରେ ପହଞ୍ଚିଯିବ । ସେହିପରି ସର୍ବାଧିକ ବେସିକ ସାଲାରି ୫୬,୯୦୦ ଟଙ୍କାରେ ପହଞ୍ଚିବ । ପୂର୍ବରୁ ମାସକୁ ଡିଏ ୨୧,୬୨୨ ଟଙ୍କା ମିଳୁଥିବା ବେଳେ ଏବେ ୨୩,୩୨୯ ଟଙ୍କା ମିଳିବ ।

Get real time updates directly on you device, subscribe now.