fbpx

Ola, Uber ଉପରେ ଲାଗିଲା ବ୍ୟାନ: ୩ ଦିନ ଭିତରେ ସେବା ବନ୍ଦ କରିବା ପାଇଁ ମିଳିଲା ନିର୍ଦ୍ଦେଶ

ବେଙ୍ଗଲୁରୁ: ଓଲା, ଉବର ଏବଂ ରାପିଡୋ ଇତ୍ୟାଦି କମ୍ପାନୀଗୁଡିକୁ ବେଆଇନ ବୋଲି ଘୋଷଣା କରିଛି କର୍ଣ୍ଣାଟକ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ । ଓଭର ଚାର୍ଜିଙ୍ଗ ନେଇ ଏହି କମ୍ପାନୀଗୁଡିକ ବିରୋଧରେ ହୋଇଥିଲା ଅଭିଯୋଗ । ଯାହାକୁ ନେଇ ଆସନ୍ତା ୩ ଦିନ ମଧ୍ୟ ରେ ଏହି ସେବା ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଛି । ପ୍ରକୃତରେ ଓଲା, ଉବର ଅଟୋରିକ୍ସା ଯାତ୍ରୀଙ୍କ ଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ନେଇ ଅନେକ ଥିର ଅଭିଯୋଗ ହୋଇଆସୁଥିଲା । ଯାହାପରେ କର୍ଣ୍ଣାଟକ ପରିବହନ ବିଭାଗ ସହରରେ ଏହି ଅନଲାଇନ ଅଟୋରିକ୍ସା ସେବାକୁ ବନ୍ଦ କରିବା ପାଇଁ ବେଙ୍ଗାଲୁରୁରେ ପ୍ରମୁଖ ବାହନ ଆଗ୍ରୀଗେଟର୍ସଙ୍କୁ ନୋଟିସ ଜାରି କରିଥିଲେ ।

ସୂଚନା ଅନୂଯାୟୀ, ଅନେକ ଯାତ୍ରୀ ପରିବହନ ବିଭାଗକୁ ଅଭିଯୋଗ କରିଥିଲେ ଯେ ଓଲା ଏବଂ ଉବର ଦୁଇ କିଲୋମିଟରରୁ କମ୍ ଦୂରତା ଯିବାକୁ ହେଲେ ବି ସର୍ବନିମ୍ନ ୧୦୦ ଟଙ୍କା ଚାର୍ଜ କରୁଛନ୍ତି । ଯେତେବେଳେକତ ସହରରେ ସର୍ବନିମ୍ନ ଅଟୋ ଭଡ଼ା ପ୍ରଥମ ୨ କିମି ପାଇଁ ୩୦ ଟଙ୍କା ଏବଂ ଏହାପରେ ପ୍ରତ୍ୟେକ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।

ପରିବହନ ଆୟୁକ୍ତଙ୍କ ଅନୂଯାୟୀ, ରାଜ୍ୟର ଅନ୍-ଡିମାଣ୍ଡ ପରିବହନ ପ୍ରଦ୍ଦ୍ୟୋଗିକ ଏଗ୍ରୀଗେଟର୍ସ ନିୟମ ଅନୂଯାୟୀ ଏହି କମ୍ପାନୀଙ୍କୁ ଅଟୋ-ରିକ୍ସା ସେବା ଚଳାଇବାର ଅନୁମତି ଦେଇନାହାଁନ୍ତି କେବଳ ଟାକ୍ସିକୁ ଅନୁମତି ରହିଛି । ଆୟୁକ୍ତଙ୍କ ଚିଠିରେ କୁହାଯାଇଛି ଯେ ଆଗ୍ରୀଗେଟର ସରକାରୀ ନିୟମ ଉଲ୍ଲଘଂନ କରି ଅଟୋରିକ୍ସା ସେବା ପ୍ରଦାନ କରୁଛନ୍ତି । ଏହା ସହ ବିଭାଗ ସରକାରଙ୍କ ନଜରକୁ ଆସିଛି ଯେ ଗ୍ରାହକଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରୁ ଅଧିକ ଶୁଳ୍କ ନିଆଯାଉଛି । ତେଣୁ ଏମାନଙ୍କୁ ବ୍ୟାନ୍ କରାଯାଉଛି ।

Get real time updates directly on you device, subscribe now.