fbpx

ଏଠି ରାବଣ ପୋଡିଲେ ଉଡିଯିବ ପ୍ରାଣବାୟୁ: ରହିଛି ଶିବଙ୍କ ଗୁପ୍ତ ଆତ୍ମଲିଙ୍ଗ, ଜାଣନ୍ତୁ ରହସ୍ୟ

Advertisement

ଏମିତି ଏକ ଜାଗା, ଯେଉଁଠାରେ ରାବଣଙ୍କୁ ପୋଡିଲେ ହୋଇଥାଏ ଭୟଙ୍କର ବିନାଶ । ଆଉ ଯଦି ଏଠାରେ ଭୁଲରେ ରାବଣକୁ ପୋଡାଯାଏ ତାହେଲେ ଲୋକଙ୍କ ସହ ଘଟେ କିଛି ଭୟଙ୍କର ପରିସ୍ଥିତି । ଦଶହରାରେ ରାବଣଙ୍କୁ ଯେଉଁମାନେ ପୋଡନ୍ତି ସେମାନଙ୍କର ମୃତ୍ୟୁ ହୋଇଯାଏ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ୍ୟ । ଅହଂକାରୀ ରାବଣଙ୍କର ଅନେକ ରୂପ ଓ ଗୁଣ ଥିଲା, ଯେଉଁଥିପାଇଁ ତାଙ୍କୁ ମଧ୍ୟ ମହାନ ବୋଲି ବର୍ଣ୍ଣନା କରାଯାଇଛି । ଏହା ବ୍ୟତୀତ ସେ ଭଗବାନ ଶିବଙ୍କର ଜଣେ ବଡ଼ ଭକ୍ତ ଥିଲେ । ଏହି କାରଣରୁ ଦେଶରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।

ହିମାଚଳ ପ୍ରଦେଶର ବୈଜନାଥରେ ଦଶହରା ପାଳନ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଯେ ଦଶହରା ଦିନ ଯେଉଁମାନେ ରାବଣକୁ ଜାଳି ଦିଅନ୍ତି ସେମାନଙ୍କ ସହିତ ଖରାପ ଘଟଣା ଘଟେ । ବୈଜନାଥ ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାରେ ଅବସ୍ଥିତ । ଏହି ସ୍ଥାନରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି । ଯେଉଁ ଶିବଲିଙ୍ଗ ରାବଣ ଲଙ୍କା ନେଇ ଯାଉଥିଲେ, ତାହା ଏଠାରେ ପ୍ରତିଷ୍ଠିତ ହୋଇଛି ବୋଲି ବିଶ୍ୱାସ କରାଯାଏ । ତ୍ରେତୟା ଯୁଗରେ, ଶିବଙ୍କଠାରୁ ଅମରତ୍ୱ ଲାଭ ପାଇଁ ରାବଣ କଠୋର ତପସ୍ୟା କରିଥିଲେ । ଏହାପରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କ ଅଂଶ ସଦୃଶ ଶିବଲିଙ୍ଗଙ୍କୁ ରାବଣକୁ ଦେଲେ, ଯାହାକୁ ଶିବଙ୍କର ଆତ୍ମଲିଙ୍ଗ କୁହାଯାଏ ।

ଏହି ଶିବଲିଙ୍ଗ ପ୍ରଦାନ କରିବା ସମୟରେ ପ୍ରଭୁ ଶିବ ଶଙ୍କର ରାବଣଙ୍କୁ କହିଥିଲେ ଏହି ଆତ୍ମଲିଙ୍ଗକୁ ସିଧାସଳଖ ଲଙ୍କାରେ ପ୍ରତିଷ୍ଠା କରିବାକୁ ହେବ । ଯଦି ରାସ୍ତାରେ ଯିବା ସମୟରେ ଏହାକୁ କେଉଁ ସ୍ଥାନରେ ରଖାଯାଏ ତେବେ ସେ ସେହି ଠାରେ ହିଁ ସ୍ଥାପିତ ହେବେ । ରାବଣ ବାଟରେ ଯିବା ସମୟରେ ଏହି ଆତ୍ମଲିଙ୍ଗଙ୍କୁ ଜଣେ ବାଳକକୁ ଧରିବାକୁ ଦେଇଥିଲେ । ପରେ ସେ ବ୍ରାହ୍ମଣ ବାଳକ ଏହାକୁ ତଳେ ରଖି ଦେଇଥିଲା । କିନ୍ତୁ ବ୍ରାହ୍ମଣ ବାଳକ ରୂପରେ ଥିବା ବାଳକ ଥିଲେ ମହାଦେବଙ୍କ ପୁତ୍ର ଶ୍ରୀଗଣେଶ ।

କାରଣ ଭଗବାନ ଶିବ କହିଥିଲେ ଯେ ଯଦି ରାବଣ ଅମର ହେବାକୁ ଚାହାଁନ୍ତି, ତେବେ ଏହାକୁ ଲଙ୍କାକୁ ନେଇ ପ୍ରତିଷ୍ଠା କରିବାକୁ ହେବ । କିନ୍ତୁ ଦେବତାମାନେ ଚାହୁଁଥିଲେ ଯେ ରାବଣ ଅମର ନ ହୁଅନ୍ତୁ । ତେଣୁ ଭଗବାନ ବିଷ୍ଣୁ ତାଙ୍କ ମାୟା ରଚି ଗଣେଶଙ୍କୁ କହି ଶିବଲିଙ୍ଗଙ୍କୁ ରାସ୍ତାରେ ରଖିଥିଲେ । ଏହା ପରେ ସେହିଠାରେ ହିଁ ରାବଣ ଶିବଙ୍କୁ ତପସ୍ୟା କରି ଯଜ୍ଞ କରିଥିଲେ ପରେ ମୋକ୍ଷ ପ୍ରାପ୍ତିର ବରଦାନ ପାଇଥିଲେ । ବିଶ୍ୱାସ କରାଯାଏ ଯେ ରାବଣ ଏହି ସ୍ଥାନରେ ଯଜ୍ଞ କୁଣ୍ଡରେ ନିଜର ଦଶଟି ମୁଣ୍ଡ ଜାଳିଥିଲେ । ରାବଣ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ, ଯେଉଁଥିପାଇଁ ଦଶହରା ଏଠାରେ ପାଳନ କରାଯାଇନଥାଏ ।

କୁହାଯାଏ ଯେ ଥରେ କିଛି ଲୋକ ଶିବ ମନ୍ଦିର ସମ୍ମୁଖରେ ଦଶହରା ପାଳନ କରିବା ଆରମ୍ଭ କରିଥିଲେ ଏବଂ ରାବଣର ପୋଡି ପାଳନ କରିଥିଲେ । ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଯେଉଁମାନେ ରାବଣଙ୍କର ପ୍ରତିମାକୁ ଜାଳି ଦେଇଥିଲେ ସେମାନଙ୍କ ସହିତ ଅଘଟଣ ଘଟିଥିଲା । ପରବର୍ତ୍ତୀ ଦଶହରା ପର୍ଯ୍ୟନ୍ତ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଲୋକମାନେ ଏହି ସ୍ଥାନରେ ରାବଣ ପୋଡ଼ି ଓ ଦଶହରା ପାଳନ କରିବା ବନ୍ଦ କରିଦେଲେ । ଲୋକମାନେ ଯୁକ୍ତି କରନ୍ତି ଯେ ଭଗବାନ ଶିବ ତାଙ୍କ ଭକ୍ତଙ୍କର କୌଣସି କ୍ଷତି ଦେଖି ପାରିବେ ନାହିଁ । ତେଣୁ ଏଠାରେ ରାବଣ ଜଳାଇବା ଏକ ପାପ ବୋଲି ବିବେଚନା କରାଯାଏ ।

Get real time updates directly on you device, subscribe now.