fbpx

ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ-ଆୟରଲାଣ୍ଡ ମ୍ୟାଚ; D/L ନିୟମରେ ଭାରତକୁ ମିଳିଲା ଫାଇଦା

Advertisement

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଜାରି ରହିଛି ଟିମ ଇଣ୍ଡିଆର ଦବଦବା । ସାଉଥ ଆଫ୍ରିକାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଆୟରଲାଣ୍ଡ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତର ଅଧିନାୟକ ହରମନପ୍ରୀତ କୌର । ଶେଷ ଲିଗ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୫୫ ରନର ଏକ ବଡ ଲକ୍ଷ୍ୟ ଦେଇଥିଲା ଭାରତ । କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ ବାତିଲ ହୋଇଛି । ଏହା ସତ୍ତେ୍ୱ ଟିମ ଇଣ୍ଡିଆକୁ ଏଥିରୁ ଏକ ବଡ ଫାଇଦା ମିଳିଛି ।

ନିଜର ପ୍ରଥମ ୨ଟି ମ୍ୟାଚରେ ବିଜୟ ହାସଲ କରି ଟି-୨୦ ବିଶ୍ୱକପ-୨୦୨୩ର ଶୁଭାରମ୍ଭ କରିଥିଲା ଭାରତୀୟ ମହିଳା ଦଳ । କିନ୍ତୁ ତୃତୀୟ ମ୍ୟାଚରେ ଇଂଲଣ୍ଡ ୧୧ ରନରେ ଭାରତକୁ ମାତ ଦେଇଥିଲା । ତେଣୁ ଆଜିର ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ତେବେ ଡକୱର୍ଥ ଲୁଇସ ନିୟମ ଅନୁସାରେ, ଭାରତ ଆୟରଲାଣ୍ଡ ଅପେକ୍ଷା ଆଗରେ ରହିଛି । ତେଣୁ ଭାରତ ନିକଟରେ ସେମି ଫାଇନାଲକୁ ପହଞ୍ଚିିଛି ଭାରତୀୟ ମହିଳା ଦଳ ।

ତେବେ ଭାରତର ଏହି ୧୫୫ ରନ ଇନିଂସରେ ଜବରଦସ୍ତ ପାଳି ଖେଳିଛନ୍ତି ଷ୍ଟାର ଓପନର ସ୍ମୃତି ମନ୍ଧାନା । ୫୬ ବଲରୁ ୯ ଚୌକା ଏବଂ ୩ ଛକା ସହ ୮୭ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ସ୍ମୃତି । ଶେଫାଳୀ ବର୍ମାଙ୍କ ସହ ମିଶି ଭାରତକୁ ଏକ ସୁନ୍ଦର ଆରମ୍ଭ ଦେଇଥିଲେ ସ୍ମୃତି ମନ୍ଧାନା । ୬୨ ରନର ଏକ ଦମଦାର ପାର୍ଟନରସିପ ସହ ଦଳକୁ ଆଗେଇ ନେଇଥିଲେ ଏହି ଦୁଇ ଷ୍ଟାର ଖେଳାଳି ।

Get real time updates directly on you device, subscribe now.