fbpx

ଅଭିନେତ୍ରୀ ବେଲା ବୋଷ ଆଉ ନାହାନ୍ତି, ୭୯ ବର୍ଷ ବସୟରେ ଆଖି ବୁଜିଲେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ‘ଜୟ ସନ୍ତୋଷୀ ମା’ର ଫେମ ଅଭିନେତ୍ରୀ ବେଲା ବୋଷ ଆରପାରିକୁ ଚାଲିଯାଇଛନ୍ତି । ସେ ୭୯ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବେଲା ୧୯୫୦ରୁ ୧୯୮୦ ଦଶକ ମଧ୍ୟରେ ୨୦୦ରୁ ଅଧିକ ହିନ୍ଦି ଆଞ୍ଚଳିକ ଭାରତୀୟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ।

ବେଲାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସେ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଓ କ୍ଲାସିକାଲ ଡ୍ୟାନ୍ସର ଭାବେ ବେଶ୍ ପରିଚିତ ଥିଲେ । ସେ ଅଭିନୟ ଜଗତରେ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ରହିଥିଲେ । ସେ ‘ଶିକାର, ‘ଜିନେ କୀ ରାହ’ ‘ଜୟ ସନ୍ତୋଷୀ ମା’ ପରି ଏକାଧିକ ବ୍ଲକବଷ୍ଟର ଫିଲ୍ମରେ ଅଭିନୟ କରି ନିଜର ବଳିଷ୍ଠ ପ୍ରତିଭାର ପରିଚୟ ଦେଇଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବେଲା । ସେ ଅଭିନୟ ଅପେକ୍ଷା ନୃତ୍ୟ ପାଇଁ ଅଧିକ ପରିଚିତ ଥିଲେ । ସେ ଷ୍ଟେଜକୁ ଆସିବା ପରେ ଏକ ଅଲଗା ଦୁନିଆରେ ନିଜକୁ ହଜାଇ ଦେଉଥିଲେ ବୋଲି କୁହାଯାଏ । ସେ ମଣିପୁରୀ କ୍ଲାସିକାଲ ଡ୍ୟାନ୍ସ ଫର୍ମରେ ମହାରଥ ହାସଲ କରିଥିଲେ । ବେଲା ଅଭିନେତା ଓ ଫିଲ୍ମ ନିର୍ମାତା ଅସୀମ କୁମାରଙ୍କୁ ବିବାହ କରିଥିଲେ ।

ବେଲା କୋଲକାତାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ କରିଥିଲେ । ତାଙ୍କର ପିତା ଜଣେ କପଡ଼ା ବ୍ୟବସାୟୀ ଥିଲେ ଓ ମାଆ ଜଣେ ଗୃହିଣୀ ଥିଲେ । ମାତ୍ର ଜୀବନର ନୂଆ ମୋଡ଼ ପରିବର୍ତ୍ତନ ହୋଇ ବ୍ୟାଙ୍କ କ୍ରାଶ ପରେ ତାଙ୍କର ପରିବାର ଦେବାଳିଆ ହୋଇଯାଇଥିଲା । ଏହାର କିଛିଦିନ ପରେ ହଠାତ୍ ତାଙ୍କର ପିତା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ନିଜର ପରିବାରକୁ ସହଯୋଗ କରିବା ପାଇଁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

Get real time updates directly on you device, subscribe now.