fbpx

ଭୟାନକ ରୂପ ନେଉଛି ଏଡିନୋଭାଇରସ: ସଂକ୍ରମଣ ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

Advertisement

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କ ଭିତରୁ ସମ୍ପୂର୍ଣ୍ଣ ମାତ୍ରାରେ ବାହାରି ପାରିନାହାନ୍ତି ଭାରତବାସୀ । ସେପଟେ ମୁଣ୍ଡ ଟେକିଲାଣି ଆଉ ଏକ ଭୟଙ୍କର ଭୂତାଣୁ । ଏଡିନୋଭାଇରସ ନାମରେ ଏକ ଭୂତାଣୁ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ଆଇସିଏମଆର-ଏନଆଇସିଇଡି ଦ୍ୱାରା ପିଲାମାନଙ୍କ ଶ୍ୱସନ ସଂକ୍ରମଣର ଅତି କମରେ ୩୨ ପ୍ରତିଶତ ନମୁନାରେ ଭାଇରସ ଚିହ୍ନଟ କରାଯାଇଛି ।

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗର ବିଭିନ୍ନ ହସ୍ପିଟାଲରେ ଶ୍ୱାସ ଜନିତ ରୋଗରେ ପିଡୀତ ହୋଇ ଅନେକ ପିଲା ଭର୍ତ୍ତି ହେଉଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀ ଏଡିନୋଭାଇରସ ସଂକ୍ରମିତ ବୋଲି ଅନୁମାନ କରାଯାଉଛି । ତେବେ ଏହି ରୋଗ ସହ ଲଢେଇ କରିବା ସମୟରେ ଦୁଇଟି ପିଲାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହି ରୋଗ ପିଲଶଙ୍କ ଶରୀରକୁ ବିଭିନ୍ନ ପ୍ରକାରରେ ସଂକ୍ରମିତ କରିପାରେ । ଏଡିନୋଭାଇରସ ସଂକ୍ରମଣ ବିଶେଷ କରି ଶ୍ୱସନ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ତେବେ ଏଥିରେ ନିୟମିତ ଥଣ୍ଡା ଏବଂ ଫ୍ଲୁ ଆଦି ସମସ୍ୟା ଲାଗି ରହିଥାଏ । ଏହି ଭାଇରସ ପ୍ରାୟତଃ ଥଣ୍ଡା ଏବଂ ବସନ୍ତର ଆରମ୍ଭ ସମୟରେ ପିକରେ ରହିଥାଏ । ତେବେ ଏଡିନୋଭାଇରସ ପ୍ରାୟତଃ ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ବେଶୀ ପ୍ରଭାବିତ କରିପାରେ ।

ଏଡିନୋଭାଇରସର ଲକ୍ଷଣ:

ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ(ସିଡିସି) ଅନୁସାରେ, ଏହି ଭାଇରସର ଅନେକ ଲକ୍ଷର ରହିଛି:-

ସାମାନ୍ୟ ଥଣ୍ଡା ଏବଂ ଫ୍ଲୁ , ଜ୍ୱର ହେବା, ଗଳା ଖରାପ ହେବା, ନିମୋନିଆ, ଆଖି ଗୋଲପୀ ରଙ୍ଗ ଧାରଣ କରିବା ଇତ୍ୟାଦି ଏହି ଭାଇରସର ପ୍ରମୁଖ ଲକ୍ଷଣ ହୋଇଥାଏ । ତେବେ ଯଦି ଆପଣଙ୍କ ପିଲାଙ୍କ ଦେହରେ ଏପରି କୌଣସି ଲକ୍ଷଣ ପରିଲକ୍ଷିତ ହେଉଛି, ତେବେ ଯଥଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଜାଣନ୍ତୁ ଏହାର ପ୍ରତିକାର:-

ସିଡିସି ଅନୁସାରେ, କିଛିଟା ସବାଧାନତା ଅବଲମ୍ବନ କଲେ ଏଡିନୋଭାଇରସ ଏବଂ ଅନ୍ୟ ଶ୍ୱସନ ସଂକ୍ରମଣରୁ ରକ୍ଷା ପାଇପାରିବେ:-

ବାରମ୍ବାର ହାତକୁ ସାବୁନ ଏବଂ ପାଣିରେ ଅତିକମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ ।
ହାତ ଧୋଇବା ପୂର୍ବରୁ ଆଖି କିମ୍ବା ମୁହଁକୁ ଛୁଅନ୍ତୁ ନାହିଁ
ବିଶେଷ କରି ସଂକ୍ରମିତ ତଥଶ ରୋଗୀମାନଙ୍କ ସଂସ୍ପର୍ଶରେ ଆସିବାରୁ ନିବୃତ୍ତ ରୁହନ୍ତୁ

Get real time updates directly on you device, subscribe now.