fbpx

ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ ହେଉଛି ତାତି: ଆହୁରି ବଢିବ ପାରଦ

Advertisement

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନଠାରୁ ଗ୍ରୀଷ୍ମଋତୁର ପ୍ରଭାବ ଅନୁଭୂତ ହେଲାଣି । ତୀବ୍ର ଗତିରେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜସ୍ଥାନରେ ବର୍ତ୍ତମାନଠାରୁ ପାରଦ ୩୭ ଡିଗ୍ରୀ ଅତିକ୍ରମ କରିସାରିଲାଣି । ସେପଟେ ମୌସୂମୀ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨ ଦିନ ମଧ୍ୟରେ କୋଙ୍କଣ, ଗୁଜୁରାଟ ଏବଂ ପଶ୍ଚିମ ରାଜସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ । ତେବେ ରାଜଧାନୀ ଦିଲ୍ଲୀରେ ଆଜି ସକାଳର ନ୍ୟୁନତମ ତାପମାତ୍ରା ୧୩.୧ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆଗାମୀ ଦିନରେ ତାତି ଆହୁରି ହନ୍ତସନ୍ତ କରିବ ବୋଲି ଏବେଠୁ ସତର୍କ କରାଇଛି ମୌସୁମୀ ବିଭାଗ । ଏହି ଦିନ ମାନଙ୍କରେ ତାପମାତ୍ରା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ବିହାର ଅଞ୍ଚଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ସେହିପରି ପଶ୍ଚିମବଙ୍ଗ ସମେତ ପୂର୍ବୋତ୍ତର ରାଜ୍ୟଗୁଡିକରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଅଧିକ ରେକର୍ଡ କରାଯାଇଥିବା କହିଛି ମୌସୂମୀ ବିଭାଗ ।

ତେବେ ଆସନ୍ତା ୨୪ ଘଣ୍ଟାରେ ଜମ୍ମୁ କାଶ୍ମୀର, ଲଦ୍ଦାଖ ଏବଂ ହିମାଚଳ ପ୍ରଦେଶର କିଛଇ ଅଞ୍ଚଳରେ ହାଲକା କିମ୍ବା ମଧ୍ୟମ ଧରଣର ବର୍ଷା ଏବଂ ବରଫପାତର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ହିମାଳୟ, ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତର କିଛି ଅଞ୍ଚଳରେ ଦିନର ତାପମାତ୍ରା ସାମାନ୍ୟଣଉ ଅଧିକ ରହିପାରେ ।

Get real time updates directly on you device, subscribe now.