fbpx

ଶ୍ୱାସକ୍ରିୟାରେ ବିଷାକ୍ତ ବାୟୁ ସେବନ କରୁଛନ୍ତି ୯୦ ପ୍ରତିଶତ ଭାରତୀୟ: ବାୟୁ ପ୍ରଦୂଷଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୟଙ୍କର ରିପୋର୍ଟ

ନୂଆଦିଲ୍ଲୀ: ବେଳକୁ ବେଳ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି । ଆମେ ଦୈନନ୍ଦିନ ଜୀବନରେ ଶ୍ୱାସକ୍ରିୟାରେ କେବଳ ବିଷ ଶୋଷଣ କରିବାରେ ଲାଗିଛେ । ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଲୋକ ବିଷାକ୍ତ ବାୟୁ ଗ୍ରହଣ କରି ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି । ଭାରତର ପ୍ରାୟ ୯୦ ପ୍ରତିଶତ ଲୋକ ବିଷାକ୍ତ ବାୟୁର କବଳରେ ରହିଛନ୍ତି । ଏଭଳି ଏକ ସାଙ୍ଘାତିକ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ପକ୍ଷରୁ ଆସିଛି

ଏହି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ହୁ ପକ୍ଷରୁ ୧୧୭ ଦେଶର ୬ ହଜାରରୁ ଅଧିକ ସହରର ବାୟୁର ସ୍ଥିତି ପରୀକ୍ଷଣ କରାଯାଇଥିଲା । ତେବେ ଅଧିକାଂଶ ସହରରେ ଉପଲବ୍ଧ ବାୟୁର ମାନ ସମ୍ପୂର୍ଣ୍ଣ ଭାବେ ବିଗିଡ଼ିଯାଇଥିବା ସ୍ପଷ୍ଟ ହୋଇଥିଲା । ବିଶ୍ୱର ୭୯୦ କୋଟିରୁ ଅଧିକ ଲୋକ ଦୈନିକ ଶ୍ୱାସକ୍ରିୟାରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଓ ଅନଷ୍ଟକାରୀ କଣିକା ଶୋଷୁଛନ୍ତି । ମୋଟାମୋଟି ଭାବେ ସମଗ୍ର ବିଶ୍ୱର ମଧ୍ୟମ ଆୟ ବର୍ଗକାରୀ ରାଷ୍ଟ୍ରର ନାଗରିକମାନେ ଏକପ୍ରକାର ଅଦୃଶ୍ୟ ପଏଜନ ସେବନ କରିଚାଲିଛନ୍ତି ।

ଯାନବାହାନ, କଳାକାରଖାନା, ପାୱାର ପ୍ଲାଣ୍ଟ ଓ ଚାଷକାର୍ଯ୍ୟରୁ ନାଇଟ୍ରୋଜେନ ଡାଇଅକ୍ସାଇଡ ବାହାରୁଛି । ଯାହାକି ମାନବ ସଭ୍ୟତାର ଜୀବନ ଧାରଣ ପାଇଁ ସମ୍ପୂର୍ଣ୍ଣ ଭାବେ କ୍ଷତିକାରକ ଅଟେ । ବାୟୁ ପ୍ରଦୂଷଣ ହେବା କାରଣରୁ ବିଭିନ୍ନ ପ୍ରକାର ଶ୍ୱାସଜନିତ ରୋଗ, କାଶ ଓ ଛିଙ୍କ ଆଶଙ୍କା ବୃଦ୍ଧି ପାଉଛି ।

ହୁ ପକ୍ଷରୁ କୁହାଯାଇଛି ଯେ, ବାୟୁରେ ଥିବା କଠିନ କଣିକା ଓ ତରଳ ବୁନ୍ଦା ଯେଉଁଥିରେ ଧୂଳି, ମଇଳା ମିଶି ରହିଥାଏ ତାହା ଆମର ଫୁସଫୁସ୍ କୌଣସି ପଏଜନଠାରୁ କମ୍ ନୁହେଁ । ଜୀବାଶ୍ମ ଇନ୍ଧନ ଜଳିବା ଯୋଗୁଁ ମଣିଷଠାରେ ଶ୍ୱାସରୋଗ, କ୍ୟାନସର ଓ ହୃଦରୋଗ ଆଶଙ୍କା ବୃଦ୍ଧି ପାଉଛି । ଏହାଛଡ଼ା ମସ୍ତିଷ୍କାଘାତ, କ୍ୟାନସର, ନିମୋନିଆର କାରଣ ମଧ୍ୟ ସାଜିବାର ସମ୍ଭାବନା ରହିଛି । ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ଲୋକ ବାୟୁ ପ୍ରଦୂଷଣ କାରଣରୁ ପ୍ରାଣ ହରାଉଛନ୍ତି ।

Get real time updates directly on you device, subscribe now.