fbpx

ଆଉ ଏକ ମହଙ୍ଗା ମାଡ଼! ପୁଣି ବଢ଼ିବ କ୍ଷୀର ରେଟ୍, Amulର ଏମଡି କହିଲେ କାରଣ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଏକ ଶକ୍ତ ଝଟକା ଲାଗିପାରେ । ସୂଚନା ଅନୁସାରେ, ଅମୁଲ କ୍ଷୀରର ଦାମ୍ ପୁଣି ବଢ଼ିବାର ସମ୍ଭାବନା ରହିଛି । ଅମୂଲ କମ୍ପାନୀର ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି ଯେ, ଏନର୍ଜି, ଲଜିଷ୍ଟିକ୍ସ ଓ ପ୍ୟାକେଜିଂ ମୂଲ୍ୟ ବୃଦ୍ଧି ଯୋଗୁଁ ଅମୁଲ କ୍ଷୀରର ମୂଲ୍ୟ ପୁଣି ଥରେ ବୃଦ୍ଧିହୋଇପାରେ । ତେବେ ଏଥର କେତେ ରେଟ୍ ବଢ଼ିବ ବୋଲି ସେ ସ୍ପଷ୍ଟ କରି ନାହାଁନ୍ତି । ଆମେ ଏହା ପୂର୍ବରୁ ୧ ମାର୍ଚ୍ଚ ୨୦୨୨ ରେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିଲା ।

ଆଜିଠୁ ୨ ଟଙ୍କା ବୃଦ୍ଧି ହେଲା ଅମୂଲ କ୍ଷୀରର ମୂଲ୍ୟ

ଅମୁଲଙ୍କ ଏମଡି ଆରଏସ ସୋଢ଼ି ମିଡିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ଏଠାରୁ ମୂଲ୍ୟ ହ୍ରାସ ହୋଇପାରିବ ନାହିଁ କିନ୍ତୁ ବୃଦ୍ଧି ପାଇବ । ସୋଢ଼ି କହିଛନ୍ତି ଯେ, ସହକାରୀ ସଂଘ ଗତ ଦୁଇ ବର୍ଷ ମଧ୍ୟରେ ଅମୁଲ କ୍ଷୀରର ମୂଲ୍ୟ ୮% ବୃଦ୍ଧି କରିଛି । ଗତ ମାସରେ କ୍ଷୀର ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି । ସୋଢ଼ିଙ୍କ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ଯେ ଆଗାମୀ ସମୟରେ ଅମୁଲ କ୍ଷୀରର ମୂଲ୍ୟ ବଢ଼ିପାରେ ।

ଅମୂଲ Archives | The Samikhsya Odia

ସୋଢ଼ି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଶିଳ୍ପରେ ମୁଦ୍ରାସ୍ଫୀତି ଚିନ୍ତାର କାରଣ ନୁହେଁ କାରଣ ଏହା ଉତ୍ପାଦନ ପାଇଁ ଚାଷୀଙ୍କୁ ଅଧିକ ଲାଭ ଦେଉଛି । ଅମୁଲ ଏବଂ ଡେୟରୀ କ୍ଷେତ୍ର ଦ୍ୱାରା କରାଯାଇଥିବା ଅଭିବୃଦ୍ଧି ଅନ୍ୟମାନଙ୍କ ତୁଳନାରେ କିମ୍ବା ଇନପୁଟ୍ ମୂଲ୍ୟ ବୃଦ୍ଧି ତୁଳନାରେ ବହୁତ ସୀମିତ । ଅନ୍ୟପକ୍ଷରେ ଏନର୍ଜି ମୂଲ୍ୟ ଏକ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି, ଯାହା କୋଲ୍ଡ ଷ୍ଟୋରେଜ ଖର୍ଚ୍ଚକୁ ଅଧିକ ପ୍ରଭାବିତ କରିଥାଏ । ଏହି ଚାପ ଯୋଗୁଁ ମାର୍ଚ୍ଚରେ କ୍ଷୀରର ମୂଲ୍ୟ ୧ ରୁ ୨ ଟଙ୍କା ବୃଦ୍ଧି ପାଇଛି ।

Get real time updates directly on you device, subscribe now.