fbpx

୩୦ ବର୍ଷ ପରେ ଶନି ଓ ସୂର୍ଯ୍ୟଙ୍କ ସ୍ଥିତିରେ ଦୁର୍ଲଭ ଯୋଗ, ଏହି ରାଶିଗୁଡ଼ିକର ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ଅବଧିରେ ରାଶି ପରିବର୍ତ୍ତନ କରିଥାଏ । ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ କୌଣସି ନା କୌଣସି ଯୋଗ ସୃଷ୍ଟି ହୁଏ । ଏହି ଯୋଗ କିଛି ରାଶି ପାଇଁ ଶୁଭ ରହିଥାଏ ତ ଆଉ କିଛି ରାଶିଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

ହିନ୍ଦୁ ନୂତନ ବର୍ଷ ୨୦୭୯ର ଶୁଭାରମ୍ଭ ଏପ୍ରିଲ ୨ରୁ ଆରମ୍ଭ ହୋଇଛି । ଏହି ନୂଆବର୍ଷରେ ୩୦ ବର୍ଷ ପରେ ଶନି ଓ ସୂର୍ଯ୍ୟଙ୍କ ସ୍ଥିତିରେ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି । ଏବେ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ବିରାଜମାନ । ଅନ୍ୟ ପଟେ ଶନିଦେବ ନିଜ ରାଶି ମକର ରାଶିରେ ବିରାଜମାନ କରିଛନ୍ତିି । ଉଭୟ ଗ୍ରହର ଏପରି ସ୍ଥିତି ଯୋଗୁଁ ୨ଟି ରାଶିର ଲୋକେ ବିଶେଷ ଉପକୃତ ହେବ । ଆସନ୍ତୁ ଜାଣିବା କେଉଁ ରାଶି….

30 साल बाद बना सूर्य और शनि का दुर्लभ योग, इन राशियों पर पड़ेगा विशेष  प्रभाव, खुल सकते हैं किस्मत के नए द्वार

ମେଷ -:
ଆପଣଙ୍କ ପାଇଁ ଗ୍ରହର ଶୁଭ ସଂଯୋଗ ଶୁଭ ଫଳଦାୟୀ ହେବ । ଏହି ଆପଣଙ୍କର ସବୁକାମରେ ସଫଳତା ପାଇବେ । ବ୍ୟବସାୟରେ ଲାଭର ସମ୍ଭାବନା ରହିବ । ଆପଣଙ୍କୁ ନୂଆ ଚାକିରିର ଅଫର୍ ମିଳିପାରେ । ଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇପାରିବେ । ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ ହୋଇପାରେ । ମାନ-ସମ୍ମାନ ବୃଦ୍ଧି ପାଇବ । ମାଲିକଙ୍କଠାରୁ ପ୍ରଶଂସା ପାଇପାରିବେ ।

trigrahi-yoga-will-be-formed-in-capricorn-zodiac-of-saturn-in-new-year  2022-2022 में शनि की मकर राशि में बनने जा रहा है त्रिग्रही योग, इन 4 राशि  वालों के धन लाभ के बन रहे हैं ...

ସିଂହ-:
ସିଂହ ରାଶିର ଲୋକମାନଙ୍କ ପାଇଁ ସୂର୍ଯ୍ୟ ଏବଂ ଶନିଙ୍କ ମିଶ୍ରଣ ଶୁଭ ବୋଲି ପ୍ରମାଣିତ ହେବ । ଏହି ସମୟରେ ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ଲାଭର ସଙ୍କେତ ରହିଛି । ଦରମା ସହ ପଦୋନ୍ନତି ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ବିନିଯୋଗ ପାଇଁ ସମୟ ଅନୁକୂଳ ରହିବ । ଏହି ସମୟରେ ଆପଣ ନୂଆ ଜିନିଷ ଶିଖିବାର ସୁଯୋଗ ପାଇବେ ।

Get real time updates directly on you device, subscribe now.