fbpx

Pre-Primary ସ୍କୁଲରେ ୨୫ ପ୍ରତିଶତ ସିଟ୍ ଗରିବଙ୍କ ପାଇଁ ମାଗଣା: ଘରୋଇ ସ୍କୁଲ ନିୟମ ସଂଶୋଧନ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରି-ପ୍ରାଇମେରୀ ସ୍କୁଲର ୨୫ ପ୍ରତିଶତ ସିଟରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ପିଲାମାନେ ମାଗଣାରେ ପଢ଼ିପାରିବେ । ଶିକ୍ଷା ଅଧିକାର ଆଇନରେ ରାଜ୍ୟ ସରକାର ନିକଟରେ ସଂଶୋଧନ କରିଛନ୍ତି । ଏ ବାବଦରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ସମସ୍ତ ଘରୋଇ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ପିଲାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ଯେଉଁ ସ୍କୁଲରେ ନର୍ସରୀ, ଏଲକେଜି, ୟୁକେଜି ଥିବ ସେଠାରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

୪ ବର୍ଷ ବୟସର ପିଲାମାନେ ଚାହିଁଲେ ଘରୋଇ ସ୍କୁଲର ପ୍ଲେ ସ୍କୁଲରେ ଆଡମିଶନ କରିପାରିବେ । ୫ ବର୍ଷରୁ ଅଧିକ ବୟସର ପିଲାମାନେ ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ପିଲାମାନଙ୍କର ବୟସ ପ୍ଲେ ସ୍କୁଲ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ ବର୍ଷ ଓ ପ୍ରଥମ ଶ୍ରେଣୀ ପାଇଁ ୫ରୁ ୭ ବର୍ଷ ହୋଇଥିବା ଆବଶ୍ୟକ । ୩ରୁ ୯ ବର୍ଷ ବୟସର ଭିନ୍ନକ୍ଷମ ଛାତ୍ରଛାତ୍ରୀ ନିକଟସ୍ଥ ଘରୋଇ ସ୍କୁଲର ଯେ କୌଣସି କ୍ଲାସରେ ନାମ ଲେଖାଇ ପାରିବେ । ଯେଉଁ ଅଭିଭାବକଙ୍କ ବାର୍ଷକ ଆୟ ୧ ଲକ୍ଷ ୮୦ ହଜାର ମଧ୍ୟରେ ରହିଥିବ, ସେମାନଙ୍କୁ ଆର୍ଥିକ ଦୁର୍ବଳ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବ ।

Get real time updates directly on you device, subscribe now.