fbpx
BSKY
BJD MC SKY
BJD YOUTH SKY

ଦୁଷ୍କର୍ମ ପାଇଁ ଦେଲେ ହିନ୍ଦୁ ଦେବଦେବୀଙ୍କ ଉଦାହରଣ: ଆଲିଗଡ ମୁସଲିମ ୟୁନିଭର୍ସିଟି ପ୍ରଫେସରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଆଲିଗଡ ମୁସଲିମ ୟୁନିଭର୍ସିଟି(ଏଏମ୍ୟୁ)ରେ ପୁଣି ଥରେ ଧର୍ମକୁ ନେଇ ଦେଖାଦେଇଛି ବିବାଦ । ହିନ୍ଦୁ ଦେବଦେବୀଙ୍କୁ ନେଇ ବିବାଦୀୟ ବୟାନ ପାଇଁ ଜଣେ ପ୍ରଫେସରଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍ । ହିନ୍ଦୁ ଦେବଦେବୀଙ୍କୁ ନେଇ ଏକ ସ୍ଲାଇଡ ପ୍ରସ୍ତୁତ କରିଥିବା ବେଳେ ଦୁଷ୍କର୍ମକୁ ନେଇ ହିନ୍ଦୁ ଦେବଦେବୀଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ଧର୍ମଗ୍ରନ୍ଥ ମାନଙ୍କରେ କିଭଳି ଦୁଷ୍କର୍ମ ରହିଛି ସେ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ଏଭଳି ଉଲ୍ଲେଖ କରାଯାଇଛି । ଏହା ଦ୍ୱାରା ଧାର୍ମିକ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।

ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରି ପ୍ରଫେସର ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯିବାର ତୁରନ୍ତ ପରେ ପ୍ରଫେସର ଜଣଙ୍କ କ୍ଷମାପ୍ରାର୍ଥନା କରିଥିଲେ ।

ମେଡିସିନ ବିଭାଗର ପ୍ରଫେସର ଡ. ଜିତେନ୍ଦ୍ର କୁମାର ପଢାଇବା ସମୟରେ ଏପରି କହିଥିଲେ । ଏହାକୁ ମେଡିସିନ୍ ବିଭାଗରେ ଥିବା ଅନ୍ୟ ପ୍ରଫେସର ମାନେ କଡା ବିରୋଧ କରିଥିଲେ । ଏହାପରେ ନୋଟିସ ପଠାଯିବା ସହିତ ଏକ ଦୁଇ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । କେବଳ କଲେଜରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ବିବାଦ ଦେଖା ଦେଇଛି ।

Get real time updates directly on you device, subscribe now.