fbpx

ପଞ୍ଜାବରେ ଆଉ ଜଣେ ଖେଳାଳିଙ୍କୁ ଗୁଳି ମାରି ହତ୍ୟା, ସାମ୍ନାକୁ ଆସିଲା Video

ପଟିଆଲା: ପଞ୍ଜାବରେ ଆଉ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ପଞ୍ଜାବ ବିଶ୍ୱବିଦ୍ୟାଳୟ ଆଗରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ କବାଡ଼ି ଖେଳାଳି ଧର୍ମିନ୍ଦର ସିଂହଙ୍କୁ ପ୍ରତିଦ୍ୱନ୍ଦ୍ୱ୍ରୀ ଦର ଟାର୍ଗେଟ କରିଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ପଟିଆଲା ପୋଲିସର ଏସଏସପି ନାନକ ସିଂ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତକାଲି ଖେଳାଳି ଧର୍ମିନ୍ଦରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ପୋଲିସ ତାଙ୍କ ଶବକୁ ଜବତ କରିଛି । ପ୍ରାରମ୍ଭିକ ତଦନ୍ତ ପରେ ଏହା ସାମ୍ନାକୁ ଆସିଛି ଯେ, ମଙ୍ଗଳବାର ରାତିରେ ପଟିଆଲା ବିଶ୍ୱବିଦ୍ୟାଳୟ ଆଗରେ ଦୌନ କଲାନ ଓ ଥେରୀ ଗାୱୋର ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏହାର କିଛି ସମୟ ପରେ ଧର୍ମିନ୍ଦର ବିଶ୍ୱବିଦ୍ୟାଳୟ ପରିସର ବାହାରେ ଏକ ଢ଼ାବାରେ ପ୍ରତିଦ୍ୱନ୍ଦ୍ୱୀ ଦଳର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ । କଥାବାର୍ତ୍ତା ଚାଲିଥିଲା ବେଳେ ସେମାନଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ତେବେ କବାଡି ଖେଳାଳି ଧର୍ମିନ୍ଦର ସିଂଙ୍କ ହତ୍ୟା ଖବର ଆସିବା ମାତ୍ରେ ତାଙ୍କ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଦୌନ କଲାନ୍ ଗାଁର କବାଡି ବ୍ଲକର ଅଧ୍ୟକ୍ଷ ଥିବା ଧର୍ମିନ୍ଦର ରାଜନୈତିକ କ୍ଷେତ୍ରରେ ବି ସକ୍ରିୟ ଥିଲେ । ହତ୍ୟା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏବେ ହତ୍ୟାର ଭିଡିଓ ସାମ୍ନାକୁ ଆସିଛି ।

ଏହା ପୂର୍ବରୁ ପଞ୍ଜାବରେ ଆନ୍ତର୍ଜାତୀୟ ସ୍ତରରେ ଖେଳିଥିବା କବାଡି ଖେଳାଳି ସନ୍ଦୀପ ସିଂ ନଙ୍ଗଲ ଆମ୍ବିଆନଙ୍କୁ ମଧ୍ୟ ମାର୍ଚ୍ଚ ୧୪ ରେ ଜଲନ୍ଧରରେ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.