fbpx

ପାକିସ୍ତାନ ନିଜ ଘର କଥା ସମ୍ଭାଳି ପାରୁନାହିଁ, ଅଯଥାରେ ଭାରତ ଉପରେ କାହିଁକି ଆରୋପ ଲଗାଉଛି: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ କିଛିବର୍ଷ ଧରି ପାକିସ୍ତାନ ଭୀଷଣ ଆର୍ଥିକ ସଙ୍କଟରେ ପଡ଼ି ଛଟପଟ ହେଉଥିବା ବେଳେ ନିକଟରେ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି । ଏହା ପରେ ମଧ୍ୟ ପାକିସ୍ତାନ ନିଜ ଘର କଥା ସମ୍ଭାଳିବା ପରିବର୍ତ୍ତେ ଭାରତ ଉପରେ ଆରୋପ ଲଗାଇବାରେ ବ୍ୟସ୍ତ ରହୁଛି । ଏପରି ମନୋଭାବ ପୋଷଣ କରୁଥିବା ପାକିସ୍ତାନ ସରକାରକୁ ଭାରତ କେବେ ବି ପସନ୍ଦ କରେ ନାହିଁ । ଭାରତ ସର୍ବଦା ନିଜ ହିତ ପାଇଁ କାର୍ଯ୍ୟ କରିବା ସହ ଏକ ସ୍ୱତନ୍ତ୍ର ବୈଦେଶିକ ନୀତି ଆପଣାଇଥାଏ । ଏପରି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ।

କ୍ୟୁରେଶୀ କହିଛନ୍ତି ଯେ, ଭାରତ ସହିତ ସୁସମ୍ବନ୍ଧ ରକ୍ଷା କରିବା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ଲକ୍ଷ୍ୟ । ନିଜ ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ ଦେଶର ହସ୍ତକ୍ଷେପକୁ ପାକିସ୍ତାନ କେବେ ବି ଅନୁମତି ଦେଇନାହିଁ । ପାକିସ୍ତାନ ଏକ ସ୍ୱତନ୍ତ୍ର ଦେଶ, ଯେକି ଦେଶର ସମ୍ବିଧାନ, କାନୁନ ଓ ଜନତାଙ୍କ ଆକା„ାକୁ ପୂରଣ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେଇଥାଏ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଅଧିକାଂଶ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ରହିଥାଏ । ଆଜି ପର୍ଯ୍ୟନ୍ତ ପାକିସ୍ତାନରେ ଜଣେ ହେଲେ ବି ପ୍ରଧାନମନ୍ତ୍ରୀ ନିଜର ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତ କରିପାରି ନାହାନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟାସନାଲ ଆସେମ୍ବଲିରେ ନିଜର ସଂଖ୍ୟା ଗରିଷ୍ଠତା ହରାଇଥିଲେ । ଏହାପରେ ଶେଷ ମୁହୂର୍ତ୍ତରେ ଇମ୍ରାନଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଆରିଫ ଅଲଭି ସଦନକୁ ଭଙ୍ଗ କରିଦେଇଥିଲେ ।

Get real time updates directly on you device, subscribe now.