fbpx
BJD
BJD SKY
BJD SKY

ମନ୍ଦିରରୁ ଚୋରି କରିବାକୁ ଖୋଳିଦେଲେ ସୁଡଙ୍ଗ: ହେଲେ ଭିତରେ ଫସି ରହି ହେଲା ଏମିତି ଅବସ୍ଥା,ଦେଖନ୍ତୁ ଭିଡିଓ

BJD

ନୂଆଦିଲ୍ଲୀ:ମନ୍ଦିରରୁ ଚୋରି କରିବାକୁ ଚୋର ଖୋଳିଦେଲା ସୁଡଙ୍ଗ । ହେଲେ ଏହା ମଧ୍ୟରୁ ବାହାରି ପରିନଥିଲା । ସୁଡଙ୍ଗର ଦୈର୍ଘ୍ୟ ସାମାନ୍ୟ ଛୋଟ ହୋଇ ଯାଇଥିବା କାରଣରୁ ଏହା ଭିତରୁ ବାହାରି ପାରିନଥିଲା । ସାହାଯ୍ୟ ପାଇଁ ଲୋକଙ୍କୁ ଡାକିବା ପରେ ଧରା ପଡି ଶେଷ ପୋଲିସ ଦ୍ୱାରା ଗିରଫ ହୋଇଥିଲା ।

ଦେବୀଙ୍କ ସୁନା ଗହଣା ଚୋରି କରିବା ପାଇଁ ନିଜେ ଖୋଳିଥିବା ସୁଡଙ୍ଗରେ ଫସି ଯାଇଥିଲା ଚୋର । ଶ୍ରୀକାକୁଲମ ଜିଲ୍ଳାରେ ରହିଥିବା ଜାମି ୟେଲେମ୍ମା ମନ୍ଦିରରେ ଏହି ଘଟଣା ଘଟିଥିଲା । ୩୦ ବର୍ଷୀୟ ପାପା ରାଓ ମନ୍ଦିରରୁ ଜୋରି କରିବା ପାଇଁ ମନ୍ଦିରର ଝରକାରେ ଏକ କଣା କରି ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ ।

ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ ଓ ଗହଣା ମଧ୍ୟ ଲୁଟ କରିଥିଲେ । ତେବେ ଗହଣା ଲୁଟ କରି ବାହାରକୁ ବାହାରିବା ବେଳକୁ ଫସି ଯାଇଥିଲା । ଅଧାରେ ଅଟକି ଗ୍ରାମବାସୀଙ୍କୁ ସାହାଯ୍ୟ ମାଗିଥିଲା । ହେଲେ ସାହାଯ୍ୟ କରିବାକୁ ଆସିବା ପରେ ଚୋରକୁ ଧରି ପୋଲିସ ହାତରେ ଦେଇଥିଲେ ଗ୍ରାମବାସୀ ।

Get real time updates directly on you device, subscribe now.