fbpx

ହୀରାକୁଦ ଡ୍ୟାମରେ ହାଇଲେଭଲ ବ୍ରିଜ୍ ନିର୍ମାଣକୁ କେନ୍ଦ୍ରର ମଞ୍ଜୁରୀ: ବରଗଡ଼ ସାଂସଦଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ହାଇଲେବଲ ସେତୁ ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସେତୁ ସହ ଆଉ ୨ ଟି ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ହୀରାକୁଦରେ ସେତୁ ସହ ୨ଟି ରାସ୍ତାର ପ୍ରଶସ୍ତୀକରଣକୁ ମଞ୍ଜୁରୀ । ପାଟଣାଗଡ଼-ପଦ୍ମପୁର ଓ ବରଗଡ଼-ଭଟଲି-ଅମ୍ବାଭୋନା ରାସ୍ତା ପ୍ରଶସ୍ତ ହେବ ।

ଏହି ତିନି ପ୍ରକଳ୍ପ ପାଇଁ ସମୁଦାୟ ୩୬୮.୫ କୋଟି ଟଙ୍କା ବ୍ୟୟବରାଦ ରହିଛି ।

Get real time updates directly on you device, subscribe now.