fbpx
BSKY SKY
BSKY SKY

ବାଲେଶ୍ୱରରେ ଚଳିତ ମାସରୁ ଆରମ୍ଭ ହେବ ଭୁବନେଶ୍ୱର ଏମସ୍ ସାଟେଲାଇଟ ସେଣ୍ଟର

BSKY

ବହୁ ପ୍ରତିକ୍ଷୀତ ଭୁବନେଶ୍ୱର ଏମ୍ସ ସାଟେଲାଇଟ ସେଣ୍ଟର ବାଲେଶ୍ୱରରେ ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ମାସରୁ ବାଲେଶ୍ୱରରେ କାର୍ଯ୍ୟ କରିବ ଏମ୍ସର ସାଟେଲାଇଟ୍ ହସ୍ପିଟାଲ । ଏନେଇ ଭୁବନେଶ୍ୱର ଏମସ୍ ନିର୍ଦ୍ଦେଶକ ଡାକ୍ତର ମୁକେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରଥମେ ଓପିଡି ଓ ପରେ ୩୦୦ ବେଡ୍ କାର୍ଯ୍ୟକ୍ଷମ ହେବ କହିଲେ ନିର୍ଦ୍ଦେଶକ । ହସ୍ପିଟାଲର ଅଗ୍ରଗତି ଅନୁଧ୍ୟାନ ପାଇଁ ଆସିଥିବା ଅବସରରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ।

ଏହି ସାଟେଲାଇଟ ସେଣ୍ଟର କାର୍ଯ୍ୟକ୍ଷମ ହେବାପରେ ଉତ୍ତର ଓଡ଼ିଶାରୁ ଭୁବନେଶ୍ୱର ଏମ୍ସକୁ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ହ୍ରାସ ହେବ । ଭୁବନେଶ୍ୱର ଏମ୍ସର ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା ପାଇଁ ବାଲେଶ୍ୱର ରେମୁଣା ତହସିଲ ଅଧୀନରେ ୨୫ ଏକର ଜମି ମାଗଣାରେ ଯୋଗାଇଦେବାକୁ ଓଡ଼ିଶା କ୍ୟାବିନେଟ୍ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁମତି ଦେଇଥିଲା ।

୨୦୧୩ରେ ୟୁପିଏ  2 ସମୟରେ ବାଲେଶ୍ୱରରେ ଏମ୍ସ ସାଟେଲାଇଟ ସେଣ୍ଟର ସ୍ଥାପନ ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ ୨୦୧୮ରେ ତକ୍ରାଳୀନ କେନ୍ଦ୍ର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.