fbpx

ଖାଦ୍ୟପେୟରେ କମ୍ ଖର୍ଚ୍ଚ କରୁଛନ୍ତି ଭାରତୀୟ, ସରକାର କହିଲେ ଭାରତୀୟ କେଉଁଥିରେ ଅଧିକ ପଇସା ଉଡାନ୍ତି

Advertisement

ନୂଆଦିଲ୍ଲୀ: ଭାରତୀୟଙ୍କ ଖର୍ଚ୍ଚକୁ ନେଇ ଏକ ସରକାରୀ ସର୍ଭେରେ ବଡ ଖୁଲାସା ହୋଇଛି । ଏଥିରେ କୁହାଯାଇଛି କି ଭାରତୀୟଙ୍କ ମୋଟ ଘରୋଇ ଖର୍ଚ୍ଚ କ୍ଷେତ୍ରରେ ଗତ ୧୦ ବର୍ଷ ମଧ୍ୟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସର୍ଭେ ରିପୋର୍ଟ ଅନୁଯାୟୀ ଯେଉଁଠି ଘରୋଇ ଖର୍ଚ୍ଚର ଆକଳନ ୨ ଗୁଣ ହୋଇଯାଇଛି ସେଠି ଖାଦ୍ୟପେୟ ଉପରେ ଲୋକଙ୍କ ଖର୍ଚ୍ଚ କମ୍ ହୋଇଛି । ଅର୍ଥାତ୍ ଲୋକମାନେ ଖାଦ୍ୟପେୟ ବ୍ୟତିତ ଅନ୍ୟାନ୍ୟ ଜିନିଷରେ ଅଧିକ ଖର୍ଚ୍ଚ କରୁଛନ୍ତି ।

ସାଂଖ୍ୟିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ପରିବାରର ଘରୋଇ ଖର୍ଚ୍ଚକୁ ନେଇ ଏକ ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରୁ ଜଣାପଡିଛି କି ଭାରତୀୟ ପରିବାରର ଘରୋଇ ଖର୍ଚ୍ଚ ବତ ୧୦ ବର୍ଷ ମଧ୍ୟରେ ୨ ଗୁଣରୁ ଅଧିକ ହୋଇଯାଇଛି । ରିପୋର୍ଟରେ ଜଣାପଡିଛି କି ଭାରତୀୟମାନେ ଖାଦ୍ୟପଦାର୍ଥ ଉପରେ କମ୍ ଖର୍ଚ୍ଚ କରୁଛନ୍ତି । ଅନ୍ୟପକ୍ଷରେ ବକଲୁମବର୍ଗର ଏହି ରିପୋର୍ଟରେ ଦର୍ଶାଯାଇଛି କି ଏବେ ଭାରତୀୟମାନେ ପୋଷାକ, ଟେଲିଭିଜନ ସେଟ୍ ଓ ଏଣ୍ଟରଟେନମେଣ୍ଟ ସହ ଜଡିତ ସାମଗ୍ରୀ ଉପରେ ଅଧିକ ପଇସା ଖର୍ଚ୍ଚ କରିଥାନ୍ତି ।

ଏହି ସରକାରୀ ସର୍ଭେ ଅଗଷ୍ଟ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ କରାଯାଇଛି । ଏଥିରେ ଲୋକଙ୍କ ମୋଟ ଖର୍ଚ୍ଚରେ ଯେଉଁ ବୃଦ୍ଧି ଘଟିଛି ସେଥିରୁ ଏହା ଅନୁମାନ ଲଗାଯାଉଛି କି ସହରାଞ୍ଚଳରେ ଲୋକଙ୍‌କ ହାରାହାରି ମାସିକ ଖର୍ଚ୍ଚ ବୃଦ୍ଧି ପାଇ ୬,୪୫୯ ହୋଇଯାଇଛି ଯାହା ୨୦୧୧-୧୨ରେ ୨,୬୩୦ଟଙ୍କା ଥିଲା । ସେହିପରି ଏହି ଅବଧିରେ ଗ୍ରାମୀଣ କ୍ଷେତ୍ରରେ ଖର୍ଚ୍ଚ ୧,୪୩୦ଟଙ୍କାରୁ ବୃଦ୍ଧି ପାଇ ୩,୭୭୩ରେ ପହଞ୍ଚିଛି ।

ଏହି ଦୃଷ୍ଟିରୁ ଦେଖିଲେ ଗତ ୧୧ ବର୍ଷ ଭିତରେ ଖାଦ୍ୟପେୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମଗ୍ରୀ ଓ ସେବା ଉପରେ ପ୍ରତି ବ୍ୟକ୍ତିଙ୍କ ହାରାହାରି ମାସିକ ଖର୍ଚ୍ଚ ଅଢେଇ ଗୁଣ ପର୍ଯ୍ୟନ୍ତ ବଢିଛି ।
ଏହି ରିପୋର୍ଟରୁ ଆଉ ଏକ ବଡ କଥା ସ୍ପଷ୍ଟ ହୋଇଛି କି ଭାରତୀୟଙ୍କ ଜଦ୍ୱାରା କରାଯାଇଥିବା ମୋଟ ଖର୍ଚ୍ଚରେ ଖାଦ୍ୟପେୟର ଭାଗ କମିଛି ଓ ଯାତ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ଖର୍ଚ୍ଚ ବଢିଛି । ଏହି ଉପଭୋକ୍ତା ସର୍ଭେର ଭାରତୀୟ ଅର୍ଥନୀତିରେ ବହୁତ ଗୁରୁତ୍ୱ ରହିଛି । ଏହା ଅର୍ଥନୀତିରେ ଚାହିଦା ହ୍ରାସ ବୃଦ୍ଧିର ଆକଳନ ଦର୍ଶାଇଥାଏ ।

Get real time updates directly on you device, subscribe now.