fbpx

ଭାରତୀୟଙ୍କୁ ଇରାକ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ, ୮ା୧: ଇରାନ-ଆମେରିକା ତିକ୍ତତାକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଇରାକରେ ରହୁଥିବା ଭାରତୀୟମାନେ ଆଲର୍ଟ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏହାସହ ସମସ୍ତ ବିମାନ କମ୍ପାନିଙ୍କୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଇରାନ ଓ ଇରାକ ଏୟାରବେସ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ଇରାନ-ଆମେରିକା ତିକ୍ତତାକୁ ଦୃଷ୍ଟିରେ ରଖି ଏହିପରି ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖ ଯୋଗ୍ୟ ଆଜି ଇରାକ ସ୍ଥିତ ଆମେରିକୀୟ ଏୟାରବେସରେ ହମଲା ହୋଇଛି । ଇରାନ ପକ୍ଷରୁ ଘନ ଘନ ରକେଟ ମାଡ଼ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.