fbpx

ଭାରତ ବନ୍ଦ, ବାଇକ ଭଡ଼ା @୧୫୦

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଆଜି ୨୪ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଛି । ଏନେଇ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଫଳରେ ଟ୍ୟାକ୍ସି ଓ ଅଟୋ ନଥିବାରୁ ଯାତ୍ରୀମାନେ ବାଇକରେ ଭଡ଼ା କରି ଯାଇଥିବା ସୂଚନା ମିଳିଛି । ବାଇକରେ ଯାତ୍ରୀମାନେ ଭଡ଼ା ଗଣିଛନ୍ତି ୧୫୦ଟଙ୍କା । ବିମାନ ବନ୍ଦରରୁ ମାଷ୍ଟର କ୍ୟାଣ୍ଟିନ୍ ଭଡ଼ା ୧୫୦ଟଙ୍କା ରହିଛି ।

ତେବେ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.