fbpx

୭ ବର୍ଷରେ ୮.୫୦ ଲକ୍ଷ ଛାଡ଼ିଛନ୍ତି ଭାରତର ନାଗରିକତ୍ୱ, ସଂସଦରେ ସୂଚନା ଦେଲେ ସରକାର

Advertisement

ନୂଆଦିଲ୍ଲୀ: ଅନେକ ଅନ୍ତରାଷ୍ଟ୍ରୀୟ ସର୍ଭେରୁ ଜଣାପଡ଼ିଛି ଭାରତ ରହିବା ପାଇଁ ଦୁନିଆର ସବୁଠୁ ଭଲ ଦେଶମାନଙ୍କ ମଧ୍ୟରୁ ଗୋଟିଏ । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଗତ ୭ ବର୍ଷରେ ପ୍ରାୟ ସାଢ଼େ ୮ ଲକ୍ଷ ରୁ ଅଧିକ ଲୋକ ଭାରତର ନାଗରିକତ୍ୱ ଛାଡ଼ଛନ୍ତି । ଏନେଇ ମଙ୍ଗଳାବର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି ବିଦେଶ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୩୦ ଡିସେମ୍ବର ୨୦୨୧ ସୁଦ୍ଧା ୮,୮୧,୨୫୪ ନାଗରିକ ଭାରତର ନାଗରିକତ୍ୱ ଛାଡ଼ିଛନ୍ତି ।

ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ୧ ଡିସେମ୍ବରରେ ସଂସଦରେ କହିଥିଲେ ଗତ ସାତ ବର୍ଷରେ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୬,୦୮,୧୬୨ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି । ଏଥିରେ ୧,୧୧,୨୮୭ ନାଗରିକ ଚଳିତ ବର୍ଷ ୨୦ ସେପ୍ଟେମ୍ବର ସୁଦ୍ଧା ନିଜର ନାଗରିକତ୍ୱ ହରାଇଛନ୍ତି ।

ରାୟ କହିଥିଲେ ଯେ ୨୦୧୬ ରୁ ୨୦୨୦ ମଧ୍ୟରେ ୧୦,୬୪୫ ଜଣ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନରୁ ୭୭୮୨ ଏବଂ ଆଫଗାନିସ୍ତାନରୁ ୭୯୫ ଜଣ ନାଗରିକ ସାମିଲ ଥିଲେ । ସେହିଭଳି ବର୍ତ୍ତମାନ ଭାରତରେ ପ୍ରାୟ ୧ କୋଟି ଭାରତୀୟ ନାଗରିକ ବିଦେଶରେ ରହୁଛନ୍ତି ।

 

Get real time updates directly on you device, subscribe now.