fbpx
BJD SKY
BJD SKY

ଦେଶରେ କେତେ ରହିଛି ସୁସ୍ଥ ହାର? ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର

BJD

ନୂଆଦିଲ୍ଲୀ,୧୪ ।୭: ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ କୋଭିଡ ପରିସ୍ଥିତିକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି କେନ୍ଦ୍ର ସରକାର । ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏବେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । ବହୁ ରାଜ୍ୟର ସୁସ୍ଥ ହାର ଜାତୀୟ ହାର ଠାରୁ ଅଧିକ ରହିଛି । ଏବେ ଆମ ପାଖରେ ୧୨୦୬ଟି ଲ୍ୟାବ୍ ରହିବା ସହ ୨ ଶହରୁ ଅଧିକ ଷ୍ଟେସନ ରହିଛି । ସେହିପରି ୩୫୩ ଘରୋଇ ଲ୍ୟାବ, ୮ ଶହରୁ ଅଧିକ ସରକାରୀ ଲ୍ୟାବ୍ ରହିଛି । ଅଧିକରୁ ଅଧିକ ପରୀକ୍ଷା ଉପରେ ଜୋର ଦିଆଯାଇଛି ।’

ତେବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩ ହଜାର ୭୨୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ୩ ଲକ୍ଷ ୧୧ ହଜାର ୫୬୫ ଜଣ ଚିକିତ୍ସିତ ହେଉଥିବା ବେଳେ ୫ ଲକ୍ଷ ୭୧ ହଜାର ୪୬୦ ଜଣ ସୁସ୍ଥ ହୋଇସାରିଛନ୍ତି ।

Get real time updates directly on you device, subscribe now.