fbpx

ଭବାନୀପାଟଣାରେ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ କଲେ ପ୍ରଣବ ପ୍ରକାଶ

କଳାହାଣ୍ଡି, ୧୪ା୭(ଓଡ଼ିଶା ଭାସ୍କର): କଳାହାଣ୍ଡି ସ୍ଥିତ ଭବାନୀପାଟଣା ସହରରେ ବିଜେଡ଼ି ପାର୍ଟି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁସାଦି ବାଗ, ପ୍ରଦୀପ କୁମାର ଦିସାରି, ରାଜ୍ୟସଭା ସାଂସଦ ସୁଜୀତ କୁମାର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ରହିଥିଲେ । ଉଦଘାଟନୀ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଅନ୍ୟମାନେ ମଧ୍ୟ ସେଠାରେ ରକ୍ତଦାନ କରିଥିବା ସୂଚନା ରହିଛି ।

Get real time updates directly on you device, subscribe now.