ITI ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ୨୦୨୭ ସୁଦ୍ଧା ୧୨ ମିଲିୟନ ପ୍ରଫେଶନାଲଙ୍କୁ ମିଳିବ ଚାକିରି
୨୦୨୭ ସୁଦ୍ଧା ୧୨ ମିଲିୟନଙ୍କୁ ଚାକିରି ମିଳିବ । ଭାରତୀୟ ଇଲେକ୍ଟ୍ରୋନିକ୍ସ ସେକ୍ଟର ସାରା ବିଶ୍ୱର ଇଲେକ୍ଟ୍ରୋନିକ୍ସ ହବ୍ ହେବା ନେଇ ଆଶା ରଖିଛି ।
ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରୋନିକ୍ ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଆଗାମୀ ଦିନରେ ପାଖାପାଖି ୧୨ ମିଲିୟନ ଲୋକଙ୍କୁ ଏଥିରେ ନିଯୁକ୍ତି ମିଳିବାକୁ ଯାଉଛି । ୨୦୨୭ ସୁଦ୍ଧା ୩ ମିଲିୟନ ଯୋଗ୍ୟ ବ୍ୟକ୍ତିଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବାର ଯୋଜନା ଥିବାବେଳେ ୯ ମିଲିୟନ ଙ୍କୁ ପରୋକ୍ଷ ଭାବେ ଚାକିରି ମିଳିବ । ସିଧାସଳଖ ନିଯୁକ୍ତ ପାଇବାକୁ ଥିବା ଯୋଗ୍ୟ ବ୍ୟକ୍ତିମାନେ ହେଲେ ୧ ନିୟୁତ ଇଞ୍ଜିନିୟର ଏବଂ ୨ ମିଲିୟନ ଆଇଟିଆଇ ପ୍ରଫେଶନାଲ ।
ସେହିପରି ଏଆଇ, ଏମଏଲ୍, ଡେଟା ସାଇନ୍ସ ଫିଲ୍ଡରେ ୦.୨ ମିଲିୟନ ଙ୍କୁ ଚାକିରି ଦିଆଯିବ । ୨୦୩୦ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରୀ ମାନୁଫାକ୍ଚରିଂରେ ୫୦୦ ବିଲିୟନ୍ ଡଲାରର ଟାର୍ଗେଟ୍ ରଖିଥିବାବେଳେ ଏହାକୁ ପୂରା କରିବା ପାଇଁ ମାନବ ସମ୍ବଳର ଆବଶ୍ୟକତା ପଡ଼ିବ ।
ବର୍ତ୍ତମାନ ସମୟରେ ଘରୋଇ ଉତ୍ପାଦ ୧୦୧ ବିଲିୟନ୍ ଡଲାର ଥିବାବେଳେ ନିଜ ଟାର୍ଗେଟ୍କୁ ପୂରା କରିବା ପାଇଁ ୪୦୦ ବିଲିୟନ୍ ଡଲାର ଅଧିକ ଉତ୍ପାଦନ କରିବାକୁ ପଡ଼ିବ ଭାରତକୁ ।
ଦେଶରେ ଉତ୍ପାଦ ହେଉଥିବା ଘରୋଇ ପ୍ରଡକ୍ଟରେ ୪୩% ରହିିଛି ମୋବାଇଲ ଫୋନ୍, ଇଣ୍ଡଷ୍ଟ୍ରିଆଲ ଇଲେକ୍ଟ୍ରୋନିକ୍ସ ରହିଛି ୧୨% ଏବଂ ଇଲେକ୍ଟ୍ରୋନିକ୍ କମ୍ପୋନେଟ୍ ୧୧% ଉତ୍ପାଦନ ହେଉଛି ।
ଭାରତର ସ୍ୱପ୍ନ ହେବ ପୂରା: ସେହିପରି ଅଟୋ ଇଲେକ୍ଟ୍ରୋନିକ୍ସ, ଏଲଇଡି ଲାଇଟିଂ, ୱେରବଲ୍ସ ଆଣ୍ଡ ହିଅରେବ୍ଲସ୍ ଏବଂ ପିସିବିଏ ଉତ୍ପାଦନ ମଧ୍ୟ କରାଯାଉଛି । ଭାରତୀୟ ଇଲେକ୍ଟ୍ରୋନିକ୍ ସେକ୍ଟର ଭାଲ୍ୟୁ ୧୦୧ ବିଲିୟନ୍ ଡଲାର । ଯାହା ସାରା ବିଶ୍ୱରେ ମୋଟ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ୩.୩ % ବୋଲି କହିଛନ୍ତି ଟିମଲିଜ୍ ଡିଗ୍ରୀ ଆପ୍ରେଣ୍ଟିସିପ୍ର ଚିଫ୍ ଷ୍ଟ୍ରାଟେଜି ଅଫିସର ସୁମିତ କୁମାର ।
ଲୋକଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବା ଦ୍ୱାରା ପ୍ରଡକ୍ଟିଭିଟି ମଧ୍ୟ ବୃଦ୍ଧି ପାଇବ । ଏଥିସହ ଭାରତୀୟ ଇଲେକ୍ଟୋନିକ୍ସ ସେକ୍ଟର ୱାର୍ଲ୍ଡ ଇଲେକ୍ଟ୍ରୋନିକ୍ସ ହବ୍ ପାଇଁ ଯେଉଁ ସ୍ୱପ୍ନ ଦେଖିଛି ଦେଶ ତାହା ପୂରା ହେବ ବୋଲି କହିଛନ୍ତି କୁମାର ।
ଆଜିର ଦିନରେ ଆଇଟିଆଇ କଲେଜରେ ୫୧% ପିଲା ନାମ ଲେଖାଉଛନ୍ତି । କଲେଜଗୁଡ଼ିକର ସହବନ୍ଧିତାରେ କମ୍ପାନୀଗୁଡ଼ିକ ନିଯୁକ୍ତି ସୁଯୋଗ ଦେବାର ପ୍ରତିଶୃତି ଦେଇ ମିଳିତ ଭାବେ କାମ କଲେ ଆଇଟିଆଇ ପାଇଁ ପିଲାଙ୍କର ଆଗ୍ରହ ବଢ଼ିବ ଏବଂ ସେମାନେ ଇଣ୍ଟିଗ୍ରେଟେଡ୍ ଲର୍ନି ସୁବିଧା ପାଇବେ ।
ଭାରତରେ ପ୍ରଚଳିତ ମେକ୍ ଇନ୍ ଇଣ୍ଡିଆ, ନ୍ୟାଶନାଲ ଇଲେକ୍ଟୋନିକ୍ସ ପଲିସି, ପିଏଲ୍ଆଇ ସ୍କିମ ଏବଂ ଡିଜିଟାଲ ଇଣ୍ଡିଆ ଦ୍ୱାରା ଆଗାମୀ ଦିନରେ ଇଲେକ୍ଟୋନିକ୍ସ ସେକ୍ଟରରେ ଗ୍ରୋଥ୍ ହେବ ବୋଲି ଟିମଲିଜ୍ ଡିଗ୍ରୀ ଆପ୍ରେଣ୍ଟିସିପ୍ର ସିଇଓ ଏଆର୍ ରମେଶ କହିଛନ୍ତି ।