ଆଉ ଏକ ସଫଳତା, ଦେଶର ପ୍ରଥମ ଘରୋଇ ଉପଗ୍ରହ ଉତକ୍ଷେପଣ କଲା ବେଙ୍ଗାଲୁରୁ କମ୍ପାନୀ

ନୂଆଦିଲ୍ଲୀ: ପୁଣି ଏକ ସଫଳତା ହାତେଇଲା ଭାରତ । ବେଙ୍ଗାଲୁରୁର ଏକ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ବୁଧବାର ଦିନ ମହାକାଶକୁ କନଷ୍ଟେଲେସନ୍ ନାମକ ଏକ ଘରୋଇ ଉପଗ୍ରହ ଉତକ୍ଷେପଣ କରିଛି । ଏହା ଦେଶର ପ୍ରଥମ ଘରୋଇ ଇମେଜିଂ ସାଟେଲାଇଟ୍ ଅଟେ ।

ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ପିକ୍ସେଲ୍ ଏହାକୁ ବିକଶିତ କରିଛି । ଗୁଗୁଲ୍ ଏବଂ ଆକ୍ସେଞ୍ଚର୍ ଏହି ଷ୍ଟାର୍ଟଅପ୍ କମ୍ପାନୀକୁ ସମର୍ଥନ କରୁଛନ୍ତି । ତେବେ ଭାରତ ପାଇଁ ଏହା ଏକ ସଫଳତା ବୋଲି କୁହାଯାଇପାରେ ।

ପିକ୍ସେଲ ଫାୟାରଫ୍ଲାଇ କନଷ୍ଟେଲେସନ ପୂର୍ବକୁ 3 ସାଟେଲାଇଟକୁ ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଫାଲକନ-9 ରକେଟରୁ ଲଞ୍ଚ କରାଯାଇଛି ।  ଏଗୁଡ଼ିକୁ ଆମେରିକାର କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସରୁ ଉତକ୍ଷେପଣ କରାଯାଇଥିଲା।

ପୂର୍ବତନ ଇସ୍ରୋ ଚିଫଙ୍କର ଶୁଭେଚ୍ଛା- ଇସ୍ରୋର ପୂର୍ବତନ ମୁଖ୍ୟ ପିକ୍ସେଲର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୁଁ ଆଶାବାଦୀ ଯେ ଏହି ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ କ୍ଷମତାର ପ୍ରଭାବ ଏହି କ୍ଷେତ୍ର ପାଇଁ ଏକ ବଡ଼ ବରଦାନ ହେବ । ପ୍ରକାଶଥାଉକି, ଅୱାଇସ ଅହମ୍ମଦ ଏବଂ କ୍ଷୀତିଜ ଖଣ୍ଡେଲୱାଲ ନାମକ ଦୁଇ ଇଞ୍ଜିନିୟର ୨୦୧୯ ରେ ପିକ୍ସେଲ ଆରମ୍ଭ କରିଥିଲେ ।