fbpx

ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ଟ୍ରେନ୍: କାଲି ଶୁଭାରମ୍ଭ

ନୂଆଦିଲ୍ଲୀ: ବିକଶିତ ଭାରତ ପାଇଁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ସରକାର। କାରଣ ଅନ୍ୟ ଦେଶମାନଙ୍କ ଭଳି ଏବେ ଭାରତରେ ମଧ୍ୟ ଗଡିବାକୁ ଯାଉଛି ଅଣ୍ଡର ୱାଟର ମେଟ୍ରୋ ସେବା । ଏନେଇ ଏବେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ରେଳ ଟନେଲ ଦେଶର କୋଲକାତା ହୁଗଲି ନଦୀ ତଳେ ପ୍ରସ୍ତୁତ କରାଯାଇଛି। ଆଉ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦଘାଟନ କରିବାକୁ ଯାଉଛନ୍ତି। ତେବେ ଏହି ଉଦଘାଟନ ପୂର୍ବରୁ ଏହାର ଟ୍ରାୟଲ ମଧ୍ୟ ସରିଛି ।

ସୂଚନା ଅନୁଯାୟୀ, କୋଲକାତାର ହୁଗଲି ନଦୀ ତଳେ ନିର୍ମିତ ଏହି ଟନେଲ ହାୱାର ମୈଦାନ ଏବଂ ଏସପ୍ଲାନେଡ ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିବ। ଏହା ସହରର ଗତିଶୀଳତା ଏବଂ ସଂଯୋଗୀକରଣକୁ ଦୃଷ୍ଟି ରଖି ନିର୍ମାଣ ହୋଇଛି। ପାଣିର ୧୬ ମିଟର ତଳେ ଏହି ମେଟ୍ରୋ ଟନେଲ ରହିଛି । ଏହି ଯାତ୍ରା ସମୟରେ ଯାତ୍ରୀମାନେ ନଦୀ ପାଣିର ମଜା ଉଠାଇ ପାରିବେ। ତେବେ ପାଣି ଉପରେ ଯାତ୍ରା କରୁଥିବା ଲୋକେ ବି ଜାଣିପାରିବେ ନାହିଁ ଯେ ପାଣି ତଳେ ମେଟ୍ରୋ ଯାଉଛି । କାରଣ ଲୋକଙ୍କର ସମସ୍ତ ପ୍ରକାରର ସୁବିଧା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି।

ସୂଚନା ଥାଉକି, ଅନ୍ୟ ଦେଶମାନଙ୍କରେ ଏହି ଅଣ୍ଡର ୱାଟର ମେଟ୍ରୋ ସେବା ଥିବା ବେଳେ ଭାରତରେ ଏଭଳି ସେବା ଉପଲବ୍ଧ ନଥିଲା। କିନ୍ତୁ ଆଜି ଭାରତରେ ତାହା ସମ୍ଭବପର ହୋଇ ପାରିଛି । ଯାହାଦ୍ୱାରା ଏଥର ଭାରତର ପାଣି ଭିତରେ ମଧ୍ୟ ଟ୍ରେନ ଗଡିଛି । ପ୍ରଥମ ଥର ପାଇଁ ୨୦୨୪ରେ କୋଲକାତାରେ ନିର୍ମିତ ହୋଇଛି ଭାରତର ପ୍ରଥମ ଅଣ୍ଡର ୱାର୍ଟର ମେଟ୍ରୋ ଟନେଲ । ତେବେ ସହରାଞ୍ଚଳ ପରିବହନରେ ପରିବର୍ତନ ଆଣିବା ପାଇଁ ଏକ ସ୍ମାରକୀ ବିକାଶରେ ପିଏମ ମୋଦୀ ବିଭିନ୍ନ ପ୍ରମୁଖ ମେଟ୍ରୋ ଏବଂ ଦ୍ରୁତ ଗମନାଗମନ ପ୍ରକଳ୍ପର ଉଦଘାଟନ କରିବାକୁ ଯୋଜନା କରିଛନ୍ତି।

Get real time updates directly on you device, subscribe now.