fbpx

ଶତ୍ରୁର ନିକଟତର ହେଉଛି ଭାରତର ବନ୍ଧୁ , ତ୍ରି-କୋଣିଆ ସମ୍ପର୍କରେ ମିଳିବ କାହାକୁ କେତେ ଲାଭ !

Advertisement

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ନିକଟରେ ଚୀନ୍ ଗସ୍ତରେ ଆସିଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଚୀନ୍ ଗସ୍ତରେ ସେ ହେଉଛନ୍ତି ପ୍ରଥମ ଇରାନ ରାଷ୍ଟ୍ରପତି। ରାଇସି ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଇରାନକୁ ସମର୍ଥନ ଜଣାଇଛନ୍ତି ଏବଂ ବିଶ୍ୱ ବ୍ୟାପାରରେ ଆମେରିକାର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ଇରାନର ରାଷ୍ଟ୍ରପତି ଏଭଳି ସମୟରେ ଚୀନ ଗସ୍ତରେ ଆସିଛନ୍ତି ଯେଉଁ ସମୟରେ ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ ପାଇଁ ପାଶ୍ଚାତ୍ୟ ଦେଶଗୁଡିକ ଚୀନ ଏବଂ ଋଷ ସହିତ ସମ୍ପର୍କ ସ୍ଥାପନା କରିବାକୁ ଚେଷ୍ଟା କରୁଛି।

ଚୀନ୍‌ର ରାଜ୍ୟ ଟେଲିଭିଜନ ୱେବସାଇଟ୍ ଅନୁଯାୟୀ, ସି ଜିନପିଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଚୀନ୍ ଜାତୀୟ ସାର୍ବଭୌମତ୍ୱ ରକ୍ଷା କରିବାରେ ଇରାନକୁ ସମର୍ଥନ କରୁଛି ।

ଚୀନ୍ ସରକାର ଘୋଷଣା କରିଛନ୍ତି ଯେ, ସି ଏବଂ ରାଇସି ବାଣିଜ୍ୟ ଏବଂ ପର୍ଯର୍୍ୟଟନ ସମେତ ୨୦ଟି ସହଯୋଗ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏହି ଚୁକ୍ତିନାମା ତୈଳ, ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ରର ବିକାଶରେ ସହଯୋଗ କରିବାକୁ ୨୦୨୧ ରେ ସ୍ୱାକ୍ଷରିତ ୨୫ ବର୍ଷର ରଣନୀତି ଚୁକ୍ତିର ଏକ ସିକ୍ୱେଲ୍ । ଚୀନ୍ ହେଉଛି ଇରାନର ତୈଳ ରପ୍ତାନୀର ସବୁଠାରୁ ବଡ ଉପଭୋକ୍ତା ଏବଂ ନିବେଶର ଉତ୍ସ । ଋଷ ଏବଂ ଇରାନ ସହିତ ଭାରତର ସମ୍ପର୍କ ଦୃଢ । ଆମେରିକା ଚେତାବନୀକୁ ପ୍ରତ୍ୟାଖାନା କରି ଇରାନ ସହିତ ଭାରତ ନିଜର ବାଣିଜ୍ୟ କାର୍ଯ୍ୟକଳାପକୁ ଚାଲୁରଖିଛି ।

ଦୀର୍ଘ ଦିନ ଧରି ଋଷ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ସହଯୋଗୀ ହୋଇଆସୁଛି। ତେବେ ପାକିସ୍ତାନ ସହ ୠଷ ଏବଂ ଇରାନର ସମ୍ପର୍କ ମଧ୍ୟ ଖରାପ ନୁହେଁ। ଭାରତକୁ ଅଶୋଧିତ ତୈଳ ରପ୍ତାନୀରେ ଇରାନ ଦ୍ୱିତୀୟ ବୃହତ୍ତମ ଯୋଗାଣକାରୀ ହୋଇପାରିଛି। ଇରାନରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରାକୃତିକ ଗ୍ୟାସ ସଂରକ୍ଷଣ ରହିଛି, ଯାହାଠାରୁ ଭାରତ ଶକ୍ତି ସୁରକ୍ଷା ପାଇଁ ଲାଭ ଉଠାଇ ପାରିବ ।

ପ୍ରଶ୍ନ ଉଠୁଛି ଇରାନ ସହ ଚୀନ୍ ଏବଂ ପାକିସ୍ତାନର ସମ୍ପର୍କ ନିବିଡ ହେବା ଭାରତ ପାଇଁ ଚିନ୍ତାର ବିଷୟ କି?
କୂଟନୀତିକୁ ସମ୍ଭାବ୍ୟତାର କଳା କୁହାଯାଏ । ସୀମାରେ ଶାନ୍ତି ବଜାୟ ରଖିବା ହେଉଛି ସରକାରଙ୍କର ଏହା ପ୍ରଥମ କର୍ତ୍ତବ୍ୟ । ଅର୍ଥନୈତିକ ପ୍ରଗତି ପାଇଁ ସୀମାରେ ଶାନ୍ତି ଅଥବା ପଡୋଶୀ ଦେଶ ସହ ଶାନ୍ତି ବଜାୟ ରଖିବା ଆବଶ୍ୟକ । ଯଦି ବର୍ତ୍ତମାନର ପରିସ୍ଥିତି ଦେଖିବା, ତେବେ ଏହା ଏତେ ସହଜ ନୁହେଁ । ଇରାନର ପ୍ରାକୃତିକ ସହଭାଗୀ ହେଉଛି ଭାରତ । ରେଳ ଠୁ ନେଇ ବନ୍ଦର ପର୍ଯ୍ୟନ୍ତ ବିକାଶ ପାଇଁ ଇରାନ ଭାରତର ସାହାଯ୍ୟ ନେଉଛି । ସେହିପରି ଅର୍ଥନୈତିକ ଦୃଷ୍ଟି କୋଣରୁ ପାକିସ୍ତାନ ଇରାନ ପାଇଁ ଆଦୌ ଲାଭଦାୟକ ନୁହେଁ। ଏଭଳି ପରିସ୍ଥିତିରେ ଇରାନ ପାକିସ୍ତାନ ଏବଂ ଚୀନ୍‌ର ନିକଟତର ହୋଇ ଭାରତ ସହ ସମ୍ପର୍କକୁ ନଷ୍ଟ କରିବାକୁ ଚାହିଁବନାହିଁ।

Get real time updates directly on you device, subscribe now.