fbpx

ଜେଲ ଯିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ! ଖାରଜ ହେଲା ଜାମିନ

Advertisement

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜାମିନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଜେଲ ଯିବାକୁ ପଡିପାରେ। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ତଥା ସରକାରୀ ହସ୍ତକ୍ଷେପ ବିରୋଧରେ ପିଟିଆଇର ବିରୋଧ ସମ୍ପର୍କିତ ମାମଲାରେ ହାଜର ନହେବା କାରଣରୁ ଇମ୍ରାନ ଖାନଙ୍କ ଜାମିନ ନାମଞ୍ଜୁର କରିବାକୁ କୋର୍ଟ କହିଛନ୍ତି।

ବାସ୍ତବରେ ଇମ୍ରାନ ଖାନ ସ୍ୱାସ୍ଥ୍ୟଖରାପ ଦର୍ଶାଇ କୋର୍ଟରେ ହାଜର ହେଇ ପାରିବେ ନାହିଁ ବୋଲି ଅନୁରୋଧ କରିଥିଲେ। ତାଙ୍କର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତାଙ୍କୁ ୧.୩୦ ପର୍ଯ୍ୟନ୍ତ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ଇମ୍ରାନ ଖାନ ରାତି ୧.୩୦ ପର୍ଯ୍ୟନ୍ତ କୋର୍ଟରେ ହାଜର ହୋଇନଥିଲେ। ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରିବ ବୋଲି ଖବର ଶୁଣିବାକୁ ମିଳୁଛି ।ବର୍ତ୍ତମାନ ପାକିସ୍ତାନର ସମୟ ବହୁତ ହିଁ ମାନ୍ଦା ଚାଲୁଥିବା ବେଳେ ଇମ୍ରାନ ଖାନଙ୍କୁ ଜେଲ ହେବା ଖବର ପୁଣି ଥରେ ପାକିସ୍ତାନକୁ ଚର୍ଚ୍ଚାର ବିଷୟ କରିଛି ।

Get real time updates directly on you device, subscribe now.