fbpx

ଭାରତର GDP ଅଭିବୃଦ୍ଧି ପୂର୍ବାନୁମାନ ହ୍ରାସ କାଲ SBI, ଦ୍ୱିତୀୟ ତ୍ରୈୟମାସରେ ଅଭିବୃଦ୍ଧି ହାର ୫.୮% ହୋଇପାରେ

ନୂଆଦିଲ୍ଲୀ: ଉତ୍ପାଦନ କାର୍ଯ୍ୟକଳାପରେ ଦୁର୍ବଳତା ଏବଂ ମାର୍ଜିନ ଚାପ ବୃଦ୍ଧି ହେତୁ ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସରେ ଦେଶର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ଏସବିଆଇ ରିସର୍ଚ୍ଚ ୫.୮ ପ୍ରତିଶତକୁ ହ୍ରାସ କରିଛି । ଏସବିଆଇ ରିସର୍ଚ୍ଚ ଦ୍ୱାରା ସୋମବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚଳିତ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୈୟମାସିକରେ ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ହୋଇପାରେ, ଯାହା ହାରାହାରି ଆକଳନଠାରୁ ୦.୩୦ ପ୍ରତିଶତ କମ୍ ଅଟେ । ଜୁଲାଇ-ସେପ୍ଟେମ୍ବର, ୨୦୨୨ ତ୍ରୈୟମାସିକରେ ପାଇଁ ଜିଡିପି ଆକଳନ ସରକାର ୩୦ ନଭେମ୍ବରରେ ପ୍ରକାଶ କରିବେ ।

ଏସବିଆଇ ରିସର୍ଚ୍ଚର ମୁଖ୍ୟ ସୋମ୍ୟା କାନ୍ତି ଘୋଷଙ୍କ ନେତୃତ୍ୱାଧିନ ରିସର୍ଚ୍ଚ ଟିମ୍ ଅନୁଯାୟୀ, ଦ୍ୱିତୀୟ ତ୍ରୈୟମାସିକରେ ବ୍ୟାଙ୍କିଙ୍ଗ ଏବଂ ଆର୍ôଥକ କ୍ଷେତ୍ର ବ୍ୟତୀତ ଅନ୍ୟ କମ୍ପାନୀର ଅପରେଟିଂ ଲାଭ ୧୪ ପ୍ରତିଶତ ହ୍ରାସ ପାଇଛି ।

ରିପୋର୍ଟ ଅନୁଯାୟୀ, ଏହି ତ୍ରୈୟମାସିକରେ ଏହି କମ୍ପାନୀଗୁଡିକର ରାଜସ୍ୱର ଅଭିବୃଦ୍ଧି ହାର ଭଲ ରହିଛି, କିନ୍ତୁ ପୂର୍ବ ବର୍ଷ ତୁଳନାରେ ସେମାନଙ୍କର ଲାଭ ପ୍ରାୟ ୨୩ ପ୍ରତିଶତ ହ୍ରାସ ପାଇଛି । ଏହା ବ୍ୟତୀତ ବ୍ୟାଙ୍କିଙ୍ଗ ଏବଂ ଆର୍ôଥକ କ୍ଷେତ୍ର ବ୍ୟତୀତ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍ଜିନ ଉପରେ ମଧ୍ୟ ଚାପ ଦେଖିବାକୁ ମିଳିଛି । ଉତ୍ପାଦନ ମୂଲ୍ୟରେ ବୃଦ୍ଧି ହେତୁ ଦ୍ୱିତୀୟ ତ୍ରୈୟମାସରେ କମ୍ପାନୀଗୁଡିକର ଅପରେଟିଂ ମାର୍ଜିନ ୧୦.୯ ପ୍ରତିଶତକୁ ହ୍ରାସ ପାଇଛି ଯାହା ଗତ ବର୍ଷ ସମାନ ଅବଧିରେ ୧୭.୭ ପ୍ରତିଶତ ଥିଲା ।

ଘୋଷ ଏହା ମଧ୍ୟ କହିଛନ୍ତି ଯେ, ଏହି ଆକଳନ ଦର୍ଶାଏ ଯେ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପରେ ମନ୍ଥର ଗତି ଘଟିଛି, କିନ୍ତୁ ଅକ୍ଟୋବରରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଲେ ତୃତୀୟ ତ୍ରୈୟମାସରେ ଏହି ସଂଖ୍ୟାରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.