fbpx
BSKY
BJD MC SKY
BJD YOUTH SKY

ଭାରତର ଐତିହାସିକ ବିଜୟ; ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ

ମୁମ୍ୱାଇ: (ଓଡ଼ିଶା ଭାସ୍କର) ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳର ଏହା ହେଉଛି ପ୍ରଥମ ଟେଷ୍ଟ ବିଜୟ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୯ ଓ ଦ୍ୱିତୀୟ ଇନିଂସରେ ୨୬୧ ରନ୍ କରିଥିଲା।

ଜବାବରେ ଭାରତ ପ୍ରଥମ ଇନିଂସରେ ୪୦୬ ରନ୍ ଓ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଭାରତ ପକ୍ଷରୁ ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗେଜ୍, ରେଣୁକା ସିଂହ ଓ ସ୍ନେହ ରାଣା ଚମତ୍କାର ପ୍ରଦର୍ଶନ କରିଥିଲେ।

Get real time updates directly on you device, subscribe now.