fbpx

ଶକ୍ତିଶାଳୀ ହେଲା ଭାରତର ପାସପୋର୍ଟ, ଏବେ ୫୭ ଦେଶରେ ଭିଜା ଫ୍ରୀ ଏଣ୍ଟ୍ରୀ: ଜାଣନ୍ତୁ କେଉଁ ଦେଶ ସର୍ବଶ୍ରେଷ୍ଠ ତାଲିକାରେ ଅଛି

ନୂଆଦିଲ୍ଲୀ: ଭାରତର ପାସପୋର୍ଟ ବର୍ତ୍ତମାନ ଅହୁରୀ ଶକ୍ତିଶାଳୀ ହୋଇଛି । ହେନଲୀ ପାସପୋର୍ଟର ରିପୋର୍ଟ ମୁତାବକ ବର୍ତ୍ତମାନ ସାରା ଦୁନିଆରେ ଭାରତର ପାସପୋର୍ଟର ଗୁରୁତ୍ୱ ବଢିଯାଇଛି । ୨୦୨୨ର ମୁକାବୁଲାରେ ଏହାର ରାଙ୍କିଙ୍ଗ ୫ ଅଙ୍କରେ ରହିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଭାରତର ପାସପୋର୍ଟ ୮୦ତମ ସ୍ଥାନରେ ଅଛି । ଭାରତୀୟ ପାସପୋର୍ଟ ବିନା ଭିଜାରେ ୫୭ ଦେଶର ଯାତ୍ରା କରିପାରିବ । ଟୋଗୋ ଏବଂ ସେନେଗଲ ଦେଶରେ ମଧ୍ୟ ଭାରତୀୟ ପାସପୋର୍ଟ ଭିଜା ଫ୍ରୀରେ ଏଣ୍ଟ୍ରୀ କରିବାକୁ ମଞ୍ଜୁରୀ ଦିଆଯାଇଛି । ଏହା ବ୍ୟତୀତ ରାଙ୍କିଙ୍ଗରେ ସୁଧାର ଆସିଛି ।

ଭାରତୀୟ ପାସପୋର୍ଟ ଉପରେ ଯେଉଁ ଦେଶରେ ଭିଜା ଫ୍ରୀ ବା ଭିଜା ଅନ ଆରାଇଭାଲର ସୁବିଧା ଅଛି, ସେଥିରେ ଇଣ୍ଡୋନେସିଆ, ରୱାଡା, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ସାମିଲ ଅଛି । ସେହିପରି ଦୁନିଆ ସାରା ୧୭୭ ଦେଶର ଯାତ୍ରା କରିବା ଲାଗି ଭିଜାର ଆବଶ୍ୟକତା ପଡିଥାଏ । ଏଥିରେ ଚୀନ, ଜାପାନ, ରୁଷ, ୟୁଏସ ଏବଂ ୟୁରୋପ ଦେଶ ସାମିଲ ଅଛନ୍ତି ।

ସିଙ୍ଗାପୁର ଜାପାନକୁ ପାସପୋର୍ଟର ମଜବୁତ ମାମଲାରେ ରିପ୍ଲେସ କରିଦେଇଛି । ବର୍ତ୍ତମାନ ସିଙ୍ଗାପୁର ପାସପୋର୍ଟ ଦୁନିଆସାରା ୧୯୨ ଦେଶରେ ଭିଜା ଫ୍ରୀ ଏଣ୍ଟ୍ରୀ ଅଛି । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାପାନ ଟପରେ ରହିଆସିଛି ହେଲେ, ଏବେ ସେ ୩ୟ ନମ୍ବରରେ ପହଁଚି ସାରିଛି । ଏକ ଦଶକ ମଧ୍ୟରେ ୟୁଏସ ମଧ୍ୟ ଏହି ରାଙ୍କିଙ୍ଗରେ ଟପ୍ କରିଥିଲା । କିନ୍ତୁ ବର୍ତ୍ତମାନ ୟୁଏସ ୮ମ ସ୍ଥାନରେ ଅଛି । ବ୍ରେଗ୍ଜିଟ ପରେ ୟୁକେର ମଧ୍ୟ ରାଙ୍କିଙ୍ଗ ଖସିପଡିଛି ଏବଂ ଏହା ଚତୁର୍ଥ ସ୍ଥାନକୁ ଆସିଛି । ଏହି ମାମଲାରେ ସବୁଠାରୁ ତଳେ ଆଫଗାନିସ୍ଥାନ ଅଛି, ଯେଉଁଥିରେ କେବଳ ୨୭ଟି ଦେଶ ଭିଜା ଫ୍ରୀ ସୁବିଧା ଯୋଗାଇଥାଏ ।

Get real time updates directly on you device, subscribe now.